Latest Odisha News

ଚାଇନାର ମ୍ୟାପ୍‌ ବିବାଦ: ମୋଦୀ ସରକାରଙ୍କୁ ମିଛୁଆ କହିଲେ ରାହୁଲ

ନୂଆଦିଲ୍ଲୀ: ଚାଇନା ଆନୁଷ୍ଠାନିକ ଭାବେ ଏହାର ‘ଷ୍ଟାଣ୍ଡାର୍ଡ ମ୍ୟାପ୍‌’ ୨୦୨୩ ସଂସ୍କରଣ ଜାରି କରିଛି। ଯେଉଁଥିରେ ଚୀନ୍, ଭାରତର ବହୁ ଅଂଶକୁ ନିଜର ବୋଲି ଦେଖାଇଛି। ବିଶେଷ କରି ସେଥିମଧ୍ୟରୁ ମୁଖ୍ୟତ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍ ରହିଛି। ଚୀନର ଏହି ନୂଆ ମାନଚିତ୍ରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

ରାହୁଲ ଗାନ୍ଧୀ ବର୍ତ୍ତମାନ ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, “ମୁଁ ପୂର୍ବରୁ କହିସାରିଛି ଯେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି। ମୋଦୀ କହିଆସୁଛନ୍ତି ଯେ ଲଦାଖରେ ଏକ ଇଞ୍ଚ ଜମି ହଡ଼ପ କରିପାରିବ ନାହିଁ ଚୀନ। କିନ୍ତୁ ଏବେ ମାନଚିତ୍ରରୁ ସ୍ପଷ୍ଟ ହେଉଛି ଯେ ଚୀନ ଆମ ଜମି ଅକ୍ତିଆର କରିଛି।”

କଂଗ୍ରେସ ନେତା କହିଛନ୍ତି, “ମାନଚିତ୍ର ବିଷୟଟି ଅତ୍ୟନ୍ତ ଗମ୍ଭୀର, କିନ୍ତୁ ଚୀନ୍ ପୂର୍ବରୁ ଜମି ନେଇସାରିଛି। ପ୍ରଧାନମନ୍ତ୍ରୀ ମଧ୍ୟ ଏ ବିଷୟରେ କିଛି କହିବା ଉଚିତ୍।” ୨୮ ଅଗଷ୍ଟରେ ଚୀନ୍ ଏହାର ମାନକ ମାନଚିତ୍ରର ୨୦୨୩ ସଂସ୍କରଣ ପ୍ରକାଶ କରିଥିଲା ​। ଏଥିରେ ଭାରତ ଅରୁଣାଚଳ ପ୍ରଦେଶ ଏବଂ ଆକସାଇ ଚିନ୍ ନିଜ ଅଞ୍ଚଳ ବୋଲି ବର୍ଣ୍ଣନା କରାଯାଇଛି। ଏହା ସହିତ ତାଇୱାନ ଏବଂ ଦକ୍ଷିଣ ଚୀନ୍ ସାଗର ଉପରେ ଦାବି ସମେତ ଅନ୍ୟାନ୍ୟ କ୍ଷେତ୍ର ଅନ୍ତର୍ଭୂକ୍ତ କରାଯାଇଛି।

ଭାରତ ଉପରେ ଚୀନ୍‌ର ଦାବିକୁ ଭାରତ ତୀବ୍ର ବିରୋଧ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଚୀନ୍‌ର ତଥାକଥିତ ମାନକ ମାନଚିତ୍ରରେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଆମେ ଏକ ପ୍ରତିବାଦ କରିଛୁ, ଯାହା ଭାରତର ଅଞ୍ଚଳ ବୋଲି ଦାବି କରୁଛି। ଏହି ଦାବିକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଏପରି ଦାବି କରିବା ଚୀନର ଏକ ପୁରୁଣା ଅଭ୍ୟାସ। ଭାରତର କିଛି ଅଂଶ ସହିତ ମାନଚିତ୍ର ପ୍ରକାଶ କରିବା ଦ୍ୱାରା କିଛି ପରିବର୍ତ୍ତନ ହେବ ନାହିଁ।

Comments are closed.