Latest Odisha News

BREAKING NEWS

ଦୀପାବଳିରେ ଭାରତ-ଚୀନ ସୀମାରେ ଶାନ୍ତିର ଦୀପ ଜଳିବ !

ନୂଆଦିଲ୍ଲୀ:ଲଦାଖର ପୂର୍ବାଂଚଳରେ ଭାରତ-ଚୀନ ସୀମା ବିବାଦର ଉତେଜନା ଏବେ ମଧ୍ୟ ହ୍ରାସ ପାଇନି । ବାରମ୍ବାର ଆଲୋଚନା ବିଫଳ ହେବା ପରେ ଏଥର କିନ୍ତୁ ଆଶା ଉଜ୍ଜୀବିତ ହୋଇଛି । ଦୀପାବଳି ପୂର୍ବରୁ ଭାରତ-ଚୀନ ବିବାଦୀୟ ଅଂଚଳରୁ ପଛକୁ ହଟିବା ନେଇ ରାଜି ହୋଇଛନ୍ତି । ଫିଙ୍ଗର ଏବଂ ପୋଙ୍ଗାଙ୍ଗ ହ୍ରଦ ଅଂଚଳ ଉଭୟ ପକ୍ଷ ଖୁବ୍ ଶୀଘ୍ର ଖାଲି କରିବେ । ସୀମାରେ ଶାନ୍ତି ପାଇଁ ପୋଙ୍ଗାଙ୍ଗରୁ ସୈନ୍ୟ, ଟ୍ୟାଙ୍କ ସମେତ ଅନ୍ୟ ଯୁଦ୍ଧ ସାମଗ୍ରୀ ଫେରାଇ ଅଣାଯିବ ।

୩୦ ପ୍ରତିଶତ ଲେଖାଏ ସୈନ୍ୟବଳ ଉଭୟ ଦେଶ ବିବାଦୀୟ ଅଂଚଳରୁ ହଟାଇବେ । ୩ ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଫିଙ୍ଗର ୮ରୁ ଚୀନ ପଛକୁ ଫେରିବ । ସେହିପରି ଭାରତୀୟ ସେନା ଧାନ ସିଂ ଥାପା ପୋଷ୍ଟକୁ ଫେରି ଆସିବେ । ଯଦି ସବୁ କିଛି ଠିକା ଠାକ୍ ହୁଏ ତାହାହେଲେ ଦୀପାବଳୀରେ ସୀମାରେ ଶାନ୍ତିର ଦୀପ ଜଳିବ ।

Leave A Reply

Your email address will not be published.