ନୂଆଦିଲ୍ଲୀ: ଭାରତ ଓ ଚୀନ ବିବାଦରେ ଆଜି ପ୍ରଥମ ଥର ପାଇଁ ସକାରାତ୍ମକ ଖବର ଆସିଛି । ଲଦାଖର ଗୋଗ୍ରା ହଟ ସ୍ପ୍ରିଙ୍ଗସ ଅଂଚଳରୁ ଗୁରୁବାର ଭାରତ ଏବଂ ଚୀନ ସେନା ପଛକୁ ହଟିଛନ୍ତି । ଉଭୟ ଦେଶ ମଧ୍ୟରେ ୧୬ତମ ମିଲିଟାରୀ ବୈଠକରେ ଡିସଏନଗେଜମେଂଟ ନେଇ ସହମତି ପ୍ରକାଶ ପାଇଥିଲା । ୨୦୨୦ ପୂର୍ବରୁ ଯେଉଁ ସ୍ଥାନରେ ସୈନ୍ୟ ମୁତୟନ ହୋଇଥିଲା ତାହା ବଜାୟ ରହିବ । ଚୀନ ସେନା ୨୦୨୦ ଏପ୍ରିଲରେ ନିୟମ ଉଲ୍ଲଂଘନ କରିବାରୁ ଉଭୟ ଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇଥିଲା । ଗଲୱାନ ଘାଟିରେ ଉଭୟ ଦେଶର ସୈନ୍ୟ ମଧ୍ୟରେ ସଂଘର୍ଷ ଘଟିବାରୁ ଅନେକ ମୃତାହତ ହୋଇଥିଲେ ।
ଏହା ପରେ ଆଲୋଚନା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୧୫ଟି ଚକ୍ର ବିଫଳ ହେବା ପରେ ଶେଷରେ ଉଭୟ ଦେଶ ଶାନ୍ତି ପାଇଁ ପାଦ ବଢ଼ାଇଛନ୍ତି । ମାର୍ଚ୍ଚରେ ଉତର ଓ ଦକ୍ଷିଣ ପାଙ୍ଗୋଙ୍ଗ ଟିଏସଓ ଏବଂ ଗଲୱାନ ଘାଟିରୁ ସେନା ପ୍ରତ୍ୟାହାର ହୋଇଥିଲା । କିନ୍ତୁ ଅନ୍ୟ ଅଂଚଳଗୁଡିକରେ ଉଭୟ ଦେଶର ସେନା ମୁହାଁମୁହିଁ ପରିସ୍ଥିତିରେ ରହିଥିଲେ । ତ
Comments are closed.