Latest Odisha News

ପାରାଅଲିମ୍ପିକ ପାଇଁ ଭାରତୀୟ ଦଳର ପ୍ୟାରିସ ଗସ୍ତ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ କମିଟି ଅଧ୍ୟକ୍ଷ ଦେବେନ୍ଦ୍ର ଝଝାରିଆ ଓ ମିଶନ ପ୍ରମୁଖ ସତ୍ୟପ୍ରକାଶ ସାଙ୍ଗୱାନଙ୍କ ସହ ରବିବାର ଟିମ ଇଣ୍ଡିଆ ପ୍ୟାରିସ ଗସ୍ତରେ ଯାଇଛି । ସମସ୍ତ ଖେଳାଳିଙ୍କ ଉପରେ ନଜର ରଖିବା ପାଇଁ ଦେବେନ୍ଦ୍ର ପ୍ୟାରିସ ବାହାରେ ରହିବେ । ଟୋକିଓ ଗେମ୍ସରେ ୯ଟି ବିଭାଗରେ ୫୪ ଖେଳାଳି ଅଂଶଗ୍ରହଣ କରିଥିଲେ । ଭାରତ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ସହ ୧୯ ପଦକ ଜିତିଥିଲା । ଏଥର ୮୪ ସଦସ୍ୟ ବିଶିଷ୍ଟ ଟିମ ଏହି ଗସ୍ତରେ ଯାଇଛନ୍ତି । ସେମାନଙ୍କ ସହ ୯୫ ଅଧିକାରୀ ମଧ୍ୟ ରହିଛନ୍ତି ।

ଏଥର ସବୁଠାରୁ ବଡ ଟିମ ପାରା ଅଲିମ୍ପିକ୍ସ ପାଇଁ ଯାଇଛନ୍ତି । କେତେକ ଖେଳାଳିଙ୍କ ପାଇଁ ବ୍ୟକ୍ତିଗତ କୋଚଙ୍କ ବ୍ୟବସ୍ଥା ମଧ୍ୟ କରାଯାଇଛି । ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଅଗଷ୍ଟ ୨୮ରୁ ସେପ୍ଟମ୍ବର ୮ ପର୍ଯ୍ୟନ୍ତ ପାରାଅଲିମ୍ପିକ୍ସ ଆୟୋଜିତ ହେବ । ପ୍ରତ୍ୟେକ ଆଥଲେଟଙ୍କୁ ପ୍ରତ୍ୟେକ ଦିନ ୫୦ ଆମେରିକୀୟ ଡଲାର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ।

Comments are closed.