Latest Odisha News

BREAKING NEWS

ଦେଶରେ ଖସୁଛି ଦୈନିକ ସଂକ୍ରମଣ; ୧,୦୦,୬୩୬ ପଜିଟିଭ; ୨୪୨୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୧,୦୦,୬୩୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୦୯ ହଜାର ୯୭୫କୁ ବୃଦ୍ଧି ପାଇଛି।

ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୨୭ ରହିଛି। ଏଯାଏଁ  ଦେଶରେ ୩ ଲକ୍ଷ ୪୯ ହଜାର ୧୮୬ ଜଣଙ୍କ ଜୀବନ ନେଲାଣି କରୋନା।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୧,୭୪,୩୯୯। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୨ କୋଟି ୭୧ ଲକ୍ଷ ୫୯ ହଜାର ୧୮୦ ଆକ୍ରାନ୍ତ । ସେହିପରି ଆକ୍ଟିଭ୍ କେସ୍ ରହିଛି ୧୪ ଲକ୍ଷ ୦୧ ହଜାର ୬୦୯। ଏପର୍ଯ୍ୟନ୍ତ ଦେଶରେ ୨୩,୨୭, ୮୬,୪୮୨ ଜଣ ଲୋକ କରୋନା ଟିକା ନେଇଛନ୍ତି।

Leave A Reply

Your email address will not be published.