Latest Odisha News

ଦେଶରେ କମୁଛି ଦୈନିକ ସଂକ୍ରମଣ; ୭୦,୪୨୧ ପଜିଟିଭ, ୩୯୨୧ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୭୦,୪୨୧ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦କୁ ବୃଦ୍ଧି ପାଇଛି।

ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୨୧ ରହିଛି। ଏଯାଏଁ  ଦେଶରେ ୩ ଲକ୍ଷ ୭୪ ହଜାର ୩୦୫ ଜଣଙ୍କ ଜୀବନ ନେଲାଣି କରୋନା।

ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୧,୧୯,୫୦୧। ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୨ କୋଟି ୮୧ ଲକ୍ଷ ୬୨ ହଜାର ୯୪୭ ଆକ୍ରାନ୍ତ । ସେହିପରି ଆକ୍ଟିଭ୍ କେସ୍ ରହିଛି ୯ ଲକ୍ଷ ୭୩ ହଜାର ୧୫୮। ଏପର୍ଯ୍ୟନ୍ତ ଦେଶରେ ୨୫,୪୮, ୪୯,୩୦୧ ଜଣ ଲୋକ କରୋନା ଟିକା ନେଇଛନ୍ତି।

Comments are closed.