ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଓ ଆୟୂଷ ମାହାତ୍ରେଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ବୁଲାୱେରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ଭାରତ ପରାସ୍ତ କରିଛି । ଟିମ ଇଣ୍ଡିଆ କ୍ରମାଗତ ୩ଟି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲରେ ଶୀର୍ଷରେ ରହିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୬.୨ ଓଭରରେ ୧୩୫ ରନ କରି ଅଲଆଉଟ ହୋଇ ଯାଇଥିଲା । କ୍ୟାଲମ ସାମସନ ୩୭ ଓ ସେଲଭିନ ସଞ୍ଜୟ ୨୮ ରନ କରିଥିଲେ । ଭାରତ ପକ୍ଷରୁ ଆରଏସ ଅମ୍ବରୀଶ ୪ ଓ ହେନିଲ ପଟେଲ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲେ । ପରେ ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ୩୭ ଓଭରରେ ଭାରତ ସମ୍ମୁଖରେ ୧୩୦ ରନର ଲକ୍ଷ୍ୟ ରଖାଯାଇଥିଲା । ଭାରତ ୧୩.୩ ଓଭରରେ ୩ ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଆୟୂଷ ମାହାତ୍ରେ ୫୩ ଓ ବୈଭବ ୪୦ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସେଲଭିନ ସଞ୍ଜୟ ଓ ମେସନ କ୍ଲାର୍କ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।