Latest Odisha News

BREAKING NEWS

ନୂର ଖାଁ ଏୟାରବେସ ଆକ୍ରମଣ ପରେ ପାକିସ୍ତାନ ହୋଇ ପଡିଥିଲା ଭୟଭୀତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ଏବେ ଥଣ୍ଡା ପଡିଛି । ଭାରତର ଘନ ଘନ ଆକ୍ରମଣ ଏବଂ ରୌଦ୍ର ରୂପ ପାକିସ୍ତାନ, ଚୀନ ଓ ବାଂଲାଦେଶକୁ ଭୟଭୀତ କରାଇ ଦେଇଛି । ଅପରେଶନର ସିନ୍ଦୂରରେ ଭାରତ ଯେତେବେଳେ ରାୱଲପିଣ୍ଡି ଉପରେ ଆକ୍ରମଣ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ଏଠାରେ ଥିବା ନୂର ଖାଁ ଏୟାରବେସ ଉପରେ ଭାରତ ଘନ ଘନ ଆକ୍ରମଣ କରି ନଷ୍ଟ କରି ଦେଇଥିଲା । ଭାରତର ଏହି ରଣନୀତିକୁ ଏବେ ନ୍ୟୁୟର୍କ ଟାଇମ୍ସରେ ବିସ୍ତୃତ ଭାବେ ପ୍ରକାଶ କରିଛି । ଭାରତର ଏହା ଚେତାବନୀ ଥିଲା । ୧୦ କିଲୋମିଟର ଦୂରରେ ଥିବା ନ୍ୟୁକ୍ଲିୟର କମାଣ୍ଡ ସେଂଟରକୁ ଭାରତୀୟ ସେନା ଚାହିଲେ ଉଡାଇ ଦେଇପାରେ ବୋଲି ବାର୍ତା ଯାଇଥିଲା । ଏୟାରବେସ ନଷ୍ଟ ହେବା ଫଳରେ ଯୁଦ୍ଧ ବଢ଼ିଥିଲେ ପାକିସ୍ତାନ ଏଠାରୁ କିନ୍ତୁ ବଡ ମିସାଇଲ ଉତକ୍ଷେପଣ କରିପାରି ନ ଥାନ୍ତା ।

ଏଠାରେ ପାକିସ୍ତାନର ସମସ୍ତ ଗୁରତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇଥାଏ । ପାକିସ୍ତାନ ଭାରତର ମିସାଇଲ ଆକ୍ରମଣକୁ ରୋକିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ଏହାର ସେନା ଅଧିକାରୀମାନେ ଭାରତର ଆକ୍ରମଣରେ ଭୟଭୀତ ହୋଇ ପଡିଥିଲେ । ଚୀନର ଡିଫେନ୍ସ ସିଷ୍ଟମ ପାକିସ୍ତାନକୁ ଅସୁବିଧାରେ ପକାଇଥିଲା । ନୂର ଖାଁ ଏୟାରବେସ ନଷ୍ଟ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଓ ସେନା ମୂଖ୍ୟ ଅସୀମ ମୂନୀର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ସେମାନଙ୍କ ଡର ଥିଲା ଭାରତ ଏହା ପରେ ନ୍ୟୁକ୍ଲିୟର ସେଂଟର ଉପରେ ଆକ୍ରମଣ କରିବ । ପରେ ଅବଶ୍ୟ ଏ ନେଇ କୌଣସି ବୈଠକ ଡକା ଯାଇ ନ ଥିଲା ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି ।

Comments are closed.