Latest Odisha News

BREAKING NEWS

ମଙ୍କିପକ୍ସ ଟେଷ୍ଟ ପାଇଁ ସ୍ବଦେଶୀ ଆରଟି-ପିସିଆର କିଟ୍ ବିକଶିତ କଲା ଭାରତ

ନୂଆଦିଲ୍ଲୀ: ମଙ୍କିପକ୍ସ ପାଇଁ ସ୍ୱଦେଶୀ ଆରଟି-ପିସିଆର କିଟ୍ ପ୍ରସ୍ତୁତ କରିଛି ଭାରତ। ଯାହାଫଳରେ ବିଦେଶରୁ କିଟ୍ ଅର୍ଡର କରିବାକୁ ଆଉ ପଡିବ ନାହିଁ। ଇଣ୍ଡିଆର ସିମେନ୍ସ ହେଲଥ କେୟାର ପ୍ରାଇଭେଟ ଲିମିଟେଡ୍ ଏହି କିଟ୍ ବିକଶିତ କରିଛି। ଏହି କିଟ୍ ସାହାଯ୍ୟରେ ଟେଷ୍ଟ ରିପୋର୍ଟ ମାତ୍ର ୪୦ ମିନିଟରେ ଆସିବ ବୋଲି କମ୍ପାନୀ ଦାବି କରିଛି।

ସିମେନ୍ସ ହେଲଥ କେୟାର ପ୍ରାଇଭେଟ ଲିମିଟେଡ ଅନୁଯାୟୀ, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ପାଇଁ ଏହା ଏକ ବଡ଼ ସଫଳତା। ଶୀଘ୍ର ଲୋକମାନେ ଏହି କିଟ୍ ପାଇବାକୁ ସକ୍ଷମ ହେବେ। କେନ୍ଦ୍ରୀୟ ଡ୍ରଗ୍ସ ମାନକ ନିୟନ୍ତ୍ରଣ ସଂଗଠନ ଏହାକୁ ମଞ୍ଜୁରୀ ଦେଇଛି। ଏହି କିଟ୍ ଭଡୋଦରାର ମୋଲେକ୍ୟୁଲାର ଡାଇଗ୍ନୋଷ୍ଟିକ୍ ୟୁନିଟରେ ନିର୍ମିତ ହେବ। ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ କିଟ୍ ତିଆରି କରାଯାଇପାରିବ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଙ୍କିପକ୍ସ କୁ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି। ତେବେ ଏହାପୂର୍ବରୁ ଜୁଲାଇ ୨୦୨୨ରେ ମଙ୍କିପକ୍ସ କୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କରାଯାଇଥିଲା।

Comments are closed.