Latest Odisha News

BREAKING NEWS

୬୩ ବର୍ଷ ହେବ କୋଟଲାରେ ଭାରତ ହାରିନି ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ନାଗପୁର ପରି ଅଷ୍ଟ୍ରେଲିଆକୁ ଅରୁଣ ଜେଟଲୀ ଷ୍ଟାଡିୟମରେ ଆଉ ଏକ ସ୍ପିନ ଚକ୍ରବ୍ୟୁହର ସାମ୍ନା କରିବାକୁ ପଡିବ । ଫିରୋଜ ଶାହା କୋଟଲାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ଭାରତ ପାଇଁ ଏହି ପିଚ ଅଭ୍ୟେଦ ଦୁର୍ଗ ସଦୃଶ ରହିଛି । ୬୩ ବର୍ଷ ହେବ ଭାରତ ଏହି ପିଚରେ ଟେଷ୍ଟ ମ୍ୟାଚ ହାରିନି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ପିଚରେ ୭ଟି ମ୍ୟାଚ ଖେଳାଯାଇଛି । ଭାରତ ୩ଟିରେ ବିଜୟ ହାସଲ କରିଥିବା ବେଳେ ୩ଟି ମ୍ୟାଚ ଡ୍ର ରହିଥିଲା । ଗୋଟିଏ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ୧୯୫୯-୬୦ରେ ରିଚି ବେନୋଙ୍କ ଚମତ୍କାର ସ୍ପିନ ବଦଳରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା । କୋଟଲାରେ ପରିଣାମ ବାହାରିଥିବା ମୁକାବିଲାରେ ସ୍ପିନର ୬୩ ୱିକେଟ ହାସଲ କରିଛନ୍ତି ।

୨୦୧୨-୧୩ରେ ଏଠାରେ ଖେଳାଯାଇଥିବା ଶେଷ ମୁକାବିଲାରେ ଭାରତ ୬ ୱିକେଟରେ ବିଜୟ ହାସଲ କରିଥିଲା । ଭାରତୀୟ ସ୍ପିନର ମ୍ୟାଚରେ ୧୭ ୱିକେଟ ନେଇଥିଲେ । ରବିଚନ୍ଦ୍ରନ ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଖେଳିବା ଅଷ୍ଟ୍ରେଲିଆକୁ ସହଜ ହୋଇ ନ ଥିଲା । ନାଥାନ ଲିୟନ ମ୍ୟାଚରେ ୯ ୱିକେଟ ନେଇଥିଲେ । ରିପୋର୍ଟ ମୁତାବକ ଦିଲ୍ଲୀ ଟେଷ୍ଟର ସମସ୍ତ ଟିକେଟ ବିକ୍ରି ହୋଇଯାଇଛି । ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।

Comments are closed.