Latest Odisha News

BREAKING NEWS

ହକି ବିଶ୍ୱକପ: ଭାରତ ୦, ଇଂଲଣ୍ଡ ୦

ରାଉରକେଲା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବିଶ୍ୱକପ ହକିର ଏକ ରୋମାଂଚକ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ଷ୍ଟାଡିୟମରେ ୨୧୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଏହି ରୋମାଂଚକର ମ୍ୟାଚକୁ ଭରପୂର ଉପଭୋଗ କରିଥିଲେ । ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଏବଂ ଦ୍ୱିତୀୟାର୍ଦ୍ଧରେ ଭାରତ ଭଲ ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚରେ ଉଭୟ ଟିମର ରକ୍ଷାପନ୍ଥୀଙ୍କୁ ବେଶ ଝାଳ ବୁହାଇବାକୁ ପଡିଥିଲା । ଭାରତ ଏବଂ ଇଂଲଣ୍ଡ ସେମାନଙ୍କ ପ୍ରଥମ ମୁକାବିଲାରେ ବିଜୟ ହାସଲ କରିଥିବାରୁ ଦୃଢ଼ ମନୋବଳ ନେଇ ପଡିଆକୁ ଓହ୍ଲାଇଥିଲେ । ଏହାର ରୋମାଂଚ ମଧ୍ୟ ମ୍ୟାଚରେ ଦେଖିବାକୁ ମିଳିଥିଲା ।

ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଉଭୟ ଟିମ ଗୋଲ ଶୂନ୍ୟ ରହିଥିଲେ । ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡକୁ ୫ଟି ଏବଂ ଭାରତକୁ ଗୋଟିଏ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ କେହି ଗୋଲ ସ୍କୋର କରିପାରି ନ ଥିଲେ । ସେହିପରି ଦ୍ୱିତୀୟ କ୍ୱାର୍ଟରରେ ଭାରତ ଉପରେ ଇଂଲଣ୍ଡ ସାମନ୍ୟ ଚାପ ପକାଇବାରେ ସଫଳ ହୋଇଥିଲା । ତେବେ ରକ୍ଷାପନ୍ଥୀଙ୍କ ଭଲ ପ୍ରଦର୍ଶନ ଯୋଗୁ ଗୋଲ ସ୍କୋର କରିପାରି ନ ଥିଲେ । ତୃତୀୟ କ୍ୱାର୍ଟରରେ ଉଭୟ ଟିମ ଆକ୍ରମଣାତ୍ମକ ପ୍ରଦର୍ଶନ କରି କେତେକ ଗୋଲ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ ।

ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ହେବା ପରେ ଚତୁର୍ଥ କ୍ୱାର୍ଟରରେ ରୋମାଂଚ ବଢ଼ି ଯାଇଥିଲା । ଅମିତ ରୋହିଦାସଙ୍କ ପରେ ଜରମନପ୍ରୀତ ସିଂଙ୍କୁ ରେଫରୀ ଗ୍ରୀନ କାର୍ଡ ଦେଖାଇଥିଲେ । ଭାରତକୁ ଶେଷ ୫ମିନିଟ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ପଡିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ଗୋଲ କରି ନ ପାରିବାରୁ ମ୍ୟାଚ ଡ୍ର ରହିଥିଲା ।

Leave A Reply

Your email address will not be published.