Latest Odisha News

BREAKING NEWS

ଦିଲୀପଙ୍କୁ ନେଇ ରୋହିତଙ୍କ କଥା ମାନିଲା ବିସିସିଆଇ

ନୂଆଦିଲ୍ଲୀ: ଟି ଦିଲୀପଙ୍କୁ ପୂନର୍ବାର ଭାରତୀୟ କ୍ରିକେଟ ଟିମର ଫିଲ୍ଡିଂ କୋଚ ଭାବେ ନିଯୁକ୍ତ କରାଯାଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ତାଙ୍କୁ ପୂନର୍ବାରେ ୧ ବର୍ଷର ଚୁକ୍ତି ପ୍ରଦାନ କରାଯାଇଛି । ଅବଶ୍ୟ ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଆଗାମୀ ମାସରେ ସେ ଦଳ ସହିତ ଇଂଲଣ୍ଡ ଗସ୍ତରେ ଯିବେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତ ଖରାପ ପ୍ରଦର୍ଶନ କରିବା ପରେ ତାଙ୍କୁ ପଦରୁ ହଟାଇ ଦିଆ ଯାଇଥିଲା । ଏହା ପରେ ଦିଲୀପଙ୍କ କାମ ସହକାରୀ କୋଚ ର‌୍ୟାନ ଟେନ ଡୋଶ୍ଚେଟ ଦେଖିଥାନ୍ତେ । ରିପୋର୍ଟ ମୁତାବକ ରୋହିତ ଶର୍ମାଙ୍କ ଅନୁରୋଧକ୍ରମେ ବିସିସିଆଇ ଦିଲୀପଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି ।

ରୋହିତ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ବ୍ୟକ୍ତିଗତ ଭାବେ ଦିଲୀପଙ୍କୁ କୋଚ ପଦରେ ରଖିବା ପାଇଁ ଅନୁରୋଧ କରିଥିଲେ । ୨୦୨୧ରେ ଦିଲୀପଙ୍କୁ ଫିଲ୍ଡିଂ କୋଚ ଭାବେ ନିଯୁକ୍ତ କରାଯାଇଥିଲା । ସେ ଆର. ଶ୍ରୀଧରଙ୍କ ସ୍ଥାନରେ ଏହି ଦାୟିତ୍ୱ ନେଇଥିଲେ । ଟି୨୦ ବିଶ୍ୱକପ ୨୦୨୪ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଥିଲା । ବିସିସିଆଇ ଏ ପର୍ଯ୍ୟନ୍ତ ତାଙ୍କ ବିକଳ୍ପ ଖେଳାଳି ପାଇ ପାରି ନ ଥିଲା ।

 

 

Comments are closed.