Latest Odisha News

ଭାରତର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣ

ଆଉ କିଛି ଦିନ ପରେ ପ୍ୟାରିସରେ ଆରମ୍ଭ ହୋଇଯିବ କ୍ରୀଡା ଜଗତର ମହାକୁମ୍ଭ । ଭାରତ ସ୍ୱାଧୀନତା ହାସଲ କରି ନ ଥିବା ବେଳେ ୧୯୦୦ରେ ନର୍ମାନ ପ୍ରିଚର୍ଡ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଖେଳିବା ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୨୦ରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ ଟିମ ପଠାଇଥିଲା । କଲିକତାରେ ଜନ୍ମ ଗ୍ରହଣ କରିଥିବା ନର୍ମାନ ୧୯୦୦ ପ୍ୟାରିସ ଗେମ୍ସରେ ୬୦, ୧୦୦, ୨୦୦, ୧୧୦ ଓ ୨୦୦ ମିଟର ହର୍ଡଲ୍ସରେ ଅଂଶଗ୍ରହଣ କରିଥିଲେ । ୨୦୦ ମିଟରରେ ସେ ରୌପ୍ୟ ପଦକ ଜିତିଥିଲେ । ସେ ଏଥିସହ ଏସୀୟ ଦେଶ ପକ୍ଷରୁ ମଧ୍ୟ ପ୍ରଥମ ପଦକ ହାସଲ କରିଥିଲେ ।

ବ୍ରିଟେନ ବଂଶୋଦ୍ଭବ ଯୋଗୁ ସେ କେଉଁ ଦେଶର ସେ ନେଇ ବିବାଦ ସୃଷ୍ଟି ହୋଇଥିଲା । ୧୮୭୫ରେ ଜନ୍ମ ଏହି ଆଥଲେଟ ଆବଶ୍ୟକ ପ୍ରମାଣପତ୍ର ଯୋଗାଇ ଭାରତୀୟ ବୋଲି ପ୍ରମାଣିତ କରିଥିଲେ । ସେ ଜଣେ ବ୍ୟକ୍ତି ଭାବେ ଏଥିରେ ଅଂଶଗ୍ରହଣ କରିଥିଲେ ବୋଲି ଅଲିମ୍ପିକ ଇତିହାସକାର ଇଆନ ବୁକାନନ କହିଛନ୍ତି । ଆଇଓସି ଏବେ ବି ନର୍ମନାଙ୍କୁ ଭାରତୀୟ ଆଥଲେଟ ମାନିବା ସହ ତାଙ୍କର ଦୁଇ ପଦକର ଶ୍ରେୟଳ ଭାରତକୁ ଦିଆଯାଇଛି । ୧୯୨୦ରେ ସମ୍ପୂର୍ଣ୍ଣ ଟିମ ଭାରତ ପଠାଇଥିଲା । ଏଥିପାଇଁ ଦୋରାବାଜୀ ଟାଟା, ଜର୍ଜ ଲୟଡଙ୍କୁ ନେଇ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା । ପୂରମା ବାନାର୍ଜୀ ଦେଶର ପ୍ରଥମ ଫ୍ଲାଗ ବିୟରର ହୋଇଥିଲେ । ଭାରତ କୌଣସି ପଦକ ଜିତି ପାରି ନ ଥିଲା ।

୧୯୪୭ରେ ଭାରତ ସ୍ୱାଧୀନତା ହାସଲ କରିଥିଲା । ଏହା ପରେ ୧୯୪୮ ଲଣ୍ଡନ ଗେମ୍ସରେ ସ୍ୱାଧୀନ ଭାରତର ପ୍ରଥମ ଟିମ ଅଂଶ ଗ୍ରହଣ କରି ଇତିହାସ ରଚିଥିଲେ । ୯ଟି ଭିନ୍ନ ଭିନ୍ନ ଶ୍ରେଣୀରେ ୮୬ ଜଣ ଆଥଲେଟ ଏଥିରେ ଅଂଶଗ୍ରହଣ କରିଥିଲେ । ହକିରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା ।

ଏହା ପୂର୍ବରୁ ୧୯୨୮, ୧୯୩୨ ଓ ୧୯୩୬ରେ ଭାରତ ହକିରେ ସ୍ୱର୍ଣ୍ଣ ଜିତିଥିଲେ ମଧ୍ୟ ସେତେବେଳେ ପରାଧୀନ ଥିଲା । ଏହା ପରେ ୩ ଦଶକରେ ଭାରତ ୪ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଥିଲା । ରେସଲର କେଡି ଯାଦବ ୧୯୫୨ ହେଲସିଙ୍ଗ ଗେମ୍ସରେ ରେସଲିଂରେ ବ୍ରୋଞ୍ଜ ପଦକ ଜିତିଥିଲେ । ଭାରତ ପକ୍ଷରୁ ପ୍ରଥମ ଆଥଲେଟ ଭାବେ ସେ ପଦକ ଜିତିବା ଗୌରବ ଅର୍ଜନ କରିଥିଲେ ।

Leave A Reply

Your email address will not be published.