Latest Odisha News

BREAKING NEWS

ଏଣିକି ଶତ୍ରୁ ଦେଶ ଉପରେ ନଜର ରଖିବ ପି-୮୧ ବିମାନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ବୁଧବାର ଆମେରିକାର ପ୍ରଥମ ନୂତନ ଦୂରଗାମୀ ସାମୁଦ୍ରିକ ପାଟ୍ରୋଲିଂ ବିମାନ ପି-୮୧ ଗୋଆ ଏୟାର ଷ୍ଟେସନରେ ପହଞ୍ଚିଛି। ଏଥିରେ ସେନ୍ସର ଏବଂ ଅସ୍ତ୍ରଶସ୍ତ୍ର ସ୍ଥାପିତ ହୋଇଛି ଯାହା ଦ୍ବାରା ଏହା ବୁଡ଼ାଜାହାଜ ଶିକାର କରିପାରିବ। ତେବେ ଅନ୍ୟ ତିନୋଟି ପି-୮୧ ଆସନ୍ତା ବର୍ଷ ସୁଦ୍ଧା ବିତରଣ କରାଯିବ।

ଜୁଲାଇ ୨୦୧୬ରେ, ଆମେରିକାରେ ଚାରିଟି ପି-୮୧ ୮୮ ବିଲିୟନ ଡ଼ଲାରରେ ଚୁକ୍ତି ହୋଇଥିଲା। ପଶ୍ଚିମ ଉପକୂଳ ଉପରେ ନଜର ରଖିବା ପାଇଁ ଗୋଆର ଆଇଏନ୍‌ଏସ୍‌ ହାନ୍ସରେ ଏହି ଚାରୋଟି ନୂତନ ପି-୮୧ ନିୟୋଜିତ ହେବ।

ଏହାପୂର୍ବରୁ ଏହିଭଳି ଆଠଟି ଏୟ‌ୋଣକ୍ରାଫ୍ଟକୁ ତାମିଲନାଡୁର ଅର୍ର‌କୋନାମ୍‌‌ର ଆଇଏନ୍‌ଏସ୍‌ ରାଜଲିରେ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ଭାରତ ପି-୮୧ ବ୍ୟବହାର କରି ଲଦାଖରେ ଚୀନ୍ ପକ୍ଷରୁ ନିର୍ମାଣ ଏବଂ ଗତିବିଧି ଉପରେ ନଜର ରଖିବ।

ବୋଇଙ୍ଗ ଦ୍ୱାରା ନିର୍ମିତ ପ୍ରଥମ ଆଠଟି ପି-୮୧ ଯେଉଁଥିରେ ହାପୁର୍ନ୍‌ ବ୍ଲକ୍-୨ କ୍ଷେପଣାସ୍ତ୍ର, ଏକେ-୫୪ ଲାଇଟ୍ ଟର୍ପେଡୋ, ରକେଟ୍ ଜାନୁଆରୀ ୨୦୦୯ରେ ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିପାଇଁ ୨.୧ ବିଲିୟନ ଡ଼ଲାରର ଚୁକ୍ତି କରାଯାଇଥିଲା।

Leave A Reply

Your email address will not be published.