Latest Odisha News

BREAKING NEWS

ଭାରତର କ୍ଲିନ ସୁଇପ: ୨୦୨୫ରେ ଟିମ ଇଣ୍ଡିଆ ହାସଲ କରିଛି ସର୍ବାଧିକ ବିଜୟ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତର କ୍ଲିନ ସୁଇପ କରିଛି । ଅନ୍ତିମ ଟେଷ୍ଟକୁ ଭାରତ ୭ ୱିକେଟରେ ଜିିତିବା ସହ ୨୦୨୫ରେ ସର୍ବାଧିକ ମ୍ୟାଚରେ ବିଜୟୀ ହୋଇଛି । ଭାରତର ଏହା ୨୩ତମ ବିଜୟ । ୨୨ ବିଜୟ ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ୪ଟି ଟେଷ୍ଟରେ ବିଜୟୀ ହୋଇଛି । ଭାରତ ଚଳିତ ବର୍ଷ ବର୍ତମାନ ସୁଦ୍ଧା ୪ ଟେଷ୍ଟ, ୮ ଦିିନିକିଆ ଓ ୧୧ଟି୨୦ ମ୍ୟାଚରେ ବିଜୟୀ ହୋଇଛି । ଅଧିନାୟକ ଭାବେ ଗିଲ ୪ଟି ମ୍ୟାଚ ଜିତି ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସଙ୍କ ସହ ସମକକ୍ଷ ହୋଇଛନ୍ତି ।

ମହମ୍ମଦ ସିରାଜ ୨୦୨୫ରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି । ସେ ୮ଟି ଟେଷ୍ଟରେ ୩୭ ୱିକେଟ ନେଇଛନ୍ତି । ସେ ଜିମ୍ବାୱେର ବ୍ଲେସିଙ୍ଗ ମୁଜାରବାନୀଙ୍କ ପଛରେ ପକାଇ ଦେଇଛନ୍ତି । ମୁଜାରବାନୀ ୩୬ ୱିକେଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ଗିଲ ୮ଟି ଟେଷ୍ଟରେ ୯୬୬ ରନ ସଂଗ୍ରହ କରି ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଓ ଯଶସ୍ୱୀ ଜୈସୱାଲ ତାଙ୍କ ପଛକୁ ରହିଛନ୍ତି ।
ସଂକ୍ଷିପ୍ତ ସ୍କୋର: ଭାରତ ୫୧୮/୫(ପାରୀ ଘୋଷିତ), ୧୨୪/୩(କେଏଲ ରାହୁଲ-୫୮ନଟଆଉଟ, ଶୁଭମନ ଗିଲ-୧୩, ରୋଷ୍ଟନ ଚେଜ-୨/୩୬)
ୱେଷ୍ଟଇଣ୍ଡିଜ: ୨୪୮, ୩୯୦ ।

Comments are closed.