ଜୟପୁର: ଚାଲିଛି ଇସଲାମ ବିଶ୍ୱାସି ଲୋକଙ୍କର ସବୁଠାରୁ ପବିତ୍ର ମାସ ରମଜାନ । ସାଧାରଣତଃ ଆପଣମାନେ ଇସଲାମ ଧର୍ମର ଧାର୍ମିକ ଗ୍ରନ୍ଥ କୋରାନ ତ ଦେଖିଥିବେ । ତେବେ କ’ଣ ଆପଣ ବିଶ୍ୱର ସର୍ବବୃହତ କୋରାନ ଦେଖିଛନ୍ତି କି? ତା’ହା କେଉଁଠି ଅଛି ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ସେ ବିଷୟରେ..
ବିଶ୍ଵର ସର୍ବବୃହତ କୋରାନ ଆମ ଦେଶ ଭାରତରେ ଅଛି । ବିଶ୍ୱର ଏହି ବୃହତ୍ତମ କୋରାନ ରାଜସ୍ଥାନର ଜୟପୁର ସହରରେ ଅଛି | ଅଢେଇ କ୍ଵିଣ୍ଟାଲ ବିଶିଷ୍ଟ ଏହି କୋରାନର ଲମ୍ବ ୧୦.୫ ମିଟର ଓ ଚଉଡା ୭.୬ ଫୁଟ । ଜୟପୁରର ସାଙ୍ଗାନେରି ପ୍ରିଣ୍ଟରୁ ନିର୍ମିତ ଏହି କୋରାନକୁ ଦେଖିବା ପାଇଁ ବର୍ଷସାରା ଏଠାରେ ଲୋକମାନଙ୍କର ଲମ୍ବା ଲାଇନ ଲାଗିଥାଏ । ଏହି କୋରାନକୁ ମୌଲାନା ଜମିଲ ଅହମ୍ମଦ ରଚନା କରିଥିଲେ । ଏହି ପବିତ୍ର କୋରାନଟି ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା । ତାଙ୍କ ପରିବାରର ସମସ୍ତ ସଦସ୍ୟ ଏହାକୁ ପ୍ରସ୍ତୁତ କରିବାରେ ତାଙ୍କୁ ସାହାର୍ଯ୍ୟ କରିଥିଲେ ।
ଦେଖିବାକୁ ଗଲେ ଏହି କୋରାନଟି ଅତି ସୁନ୍ଦର । ଏହାର ପ୍ରତ୍ୟେକ ପୃଷ୍ଠାରେ ବିଭିନ୍ନ ଫୁଲ ଖୋଦିତ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଇଙ୍କିରେ ଏହି କୋରାନଟି ଲେଖାଯାଇଛି ତାହା ଜର୍ମାନୀରୁ ସ୍ୱତନ୍ତ୍ର ଭାବେ ଆମଦାନୀ କରାଯାଇଥିଲା । ଏହି ପବିତ୍ର କୋରାନର ପ୍ରତ୍ୟେକ ପୃଷ୍ଠାରେ ୪୧ ଟି ଧାଡି ଅଛି, ଯାହା ଏକ ସ୍ୱତନ୍ତ୍ର ନାସ୍କ ଶୈଳୀରେ ଲେଖାଯାଇଛି ।
କୁହାଯାଏ ଯେ ଏହି ପବିତ୍ର କୋରାନ ଏତେ ବିଶାଳ ଯେ ଏହାକୁ ଉଠାଇବାକୁ ହେଲେ ଅତି କମରେ ୨୨ ରୁ ୨୫ ଜଣ ଲୋକ ଆବଶ୍ୟକ ପଡନ୍ତି । ଏହାର କେବଳ ଗୋଟେ ଫର୍ଦ୍ଦ ଉଠାଇବାକୁ ମଧ୍ୟ ଜଣେ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ । ଏଥିପାଇଁ ଅତି କମରେ ଦୁଇଜଣ ଲୋକ ଆବଶ୍ୟକ ପଡନ୍ତି । ୬୪ ପୃଷ୍ଠା ବିଶିଷ୍ଠ ଏହି ପବିତ୍ର କୋରାନର ୩୨ ଟି ବିଭାଗ ଅଛି ।
Comments are closed.