Latest Odisha News

BREAKING NEWS

ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ଏହା ଦେଖିବାକୁ ମିଳିଛି

ମାଂଚେଷ୍ଟର: ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି । ସିରିଜରେ ପୂନର୍ବାର ଶୁଭମନ ଗିଲ ଟସ ଜିତିପାରି ନାହାନ୍ତି । ଟିମ ଇଣ୍ଡିଆରେ ୩ଟି ପରିବର୍ତନ କରାଯାଇଥିଲା । ଆକାଶଦୀପ, ନୀତିଶ କୁମାର ରେଡ୍ଡୀ ଓ କରୁଣ ନାୟାରଙ୍କ ସ୍ଥାନରେ ଅଂଶୁଲ କମ୍ବୋଜ, ସାଈ ସୁଦର୍ଶନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିଛି । ଭାରତ ୯୩ ବର୍ଷ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଚୂଡାନ୍ତ ଏକାଦଶରେ ୫ଜଣ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେଇଛି ।

୫୯୨ ମ୍ୟାଚ ପରେ ଭାରତୀୟ କ୍ରିକେଟପ୍ରେମୀ ଏହା ଦେଖିବାକୁ ପାଇବେ । ଏମାନେ ହେଲେ ଯଶସ୍ୱୀ ଜୈସୱାଲ, ସାଈ ସୁଦର୍ଶନ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର । ପୂର୍ବରୁ ୪ଜଣ ବ୍ୟାଟ୍ସମ୍ୟାନ ଅନେକ ଥର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ୪ର୍ଥ ଟେଷ୍ଟରେ ଦୀପ ଦାସଗୁପ୍ତା ଯୁବ ପେସ ବୋଲର ଅଂଶୁଲଙ୍କୁ ଡେବ୍ୟୁ କ୍ୟାପ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, କମ୍ବୋଜ ରଣଜୀ ଟ୍ରଫିରେ ଗୋଟିଏ ଇନିଂସରେ ୧୦ଟି ୱିକେଟ ନେଇ ଚର୍ଚ୍ଚାକୁ ଆସିଥିଲେ ।

Comments are closed.