Latest Odisha News

BREAKING NEWS

କୋଚ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ କୋଚ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଭାରତୀୟ ସିନିୟର ପୁରୁଷ ଟିମର କୋଚ ଦାୟିତ୍ୱ ଏବେ ରାହୁଲ ଡ୍ରାଭିଡ ତୁଲାଉଛନ୍ତି । ତାଙ୍କ କାର୍ଯ୍ୟକାଳ ଜୁନରେ ଶେଷ ହେବ । ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ ଭାରତୀୟ ଟିମକୁ ନୂଆ କୋଚ ମିଳିବେ । ବିସିସିଆଇ ମଧ୍ୟ ଏ ନେଇ ବିଜ୍ଞପ୍ତି ଜାରୀ କରିଛି । ମେ ୨୭ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏଥି ନିମନ୍ତେ ଆବେଦନ କରାଯାଇ ପାରିବ । ଏଥିପାଇଁ କେତେକ ନିୟମ ରଖାଯାଇଛି । ମୂଖ୍ୟ କୋଚ ପାଇଁ ଆବେଦନକାରୀ ଅତି କମରେ ୨୦ଟି ଟେଷ୍ଟ କିମ୍ବର ୫୦ ଦିିନକିଆ ମ୍ୟାଚ ଖେଳିଥିବେ । ୬୦ ବର୍ଷରୁ କମ ବୟସ ହୋଇଥିବ ଏବଂ ବିସିସିଆଇ ଲେଭେଲ ୩ କିମ୍ବା ସମାନ ପ୍ରମାଣପତ୍ର ଥିବା ଜରୁରୀ ।

ସେହିପରି ୨ ବର୍ଷ ଧରି ଏକ ପୂର୍ଣ୍ଣ ସଦସ୍ୟ ଟେଷ୍ଟ ଖେଳୁଥିବା ଦେଶର ମୂଖ୍ୟ କୋଚ ହେବା ଜରୁରୀ । ଏହା ବ୍ୟତୀତ ୩ ବର୍ଷ ପାଇଁ ଆଇପିଏଲ ଦଳର ଆସୋସିଏଟ ମେମ୍ବର କିମ୍ବା ହେଡ କୋଚ କିମ୍ବା ଏହା ସମକକ୍ଷ ଇଂଟରନ୍ୟାଶନାଲ ଲିଗରେ ଦାୟିତ୍ୱ ତୁଲାଇଥିବେ । ନୂତନ କୋଚଙ୍କ କାର୍ଯ୍ୟକାଳ ୧ ଜୁଲାଇ ୨୦୨୪ରୁ ୩୧ ଡିସେମ୍ବର ୨୦୨୭ ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆ ୫ଟି ଆଇସିସି ଟ୍ରଫି ଖେଳିବ ।

Comments are closed.