Latest Odisha News

BREAKING NEWS

ଛକାରେ ୱେଷ୍ଟଇଣ୍ଡିଜ ରେକର୍ଡ ଭାଙ୍ଗିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡକୁ ୧୬୦ ରନରେ ପରାସ୍ତ କରିଛି । ଏଥିସହ ଅପରାଜେୟ ଭାବେ ଭାରତ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ୧୫ ନଭେମ୍ବରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ମୁମ୍ବାଇରେ ଖେଳାଯିବ । ଏହି ଅବସରରେ ଭାରତ ଦିନିକିଆ କ୍ରିକେଟରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା ରେକର୍ଡ କରିଛି । ୨୦୨୩ରେ ଭାରତ ୨୧୫ ଛକା ମାରି ୱେଷ୍ଟଇଣ୍ଡିଜ ରେକର୍ଡ ଭାଙ୍ଗିଛି । ୱେଷ୍ଟଇଣ୍ଡିଜ ୨୦୧୯ରେ ୨୦୯ ଛକା ମାରିଥିଲା । ଏହି ତାଲିକାରେ ଦକ୍ଷିଣ ଆଫ୍ରିକା(୨୦୨୩ରେ) ୨୦୩ ଛକା ସହ ତୃତୀୟ ସ୍ଥାନରେ ରହିଛି ।

ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ଅନୀଲ କୁମ୍ବଲେଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛି । କୁମ୍ବଲେ ୧୯୯୬ରେ ଓ ଯୁବରାଜ ସିଂ ୨୦୧୧ ବିଶ୍ୱକପରେ ୧୫ ୱିକେଟ ଅକ୍ତିଆର କରିଥିଲେ । ରବୀନ୍ଦ୍ର ଜାଡେଜା ୧୬ ୱିକେଟ ସହ ସେମାନଙ୍କ ପଛରେ ପକାଇ ଦେଇଛନ୍ତି । କୂଲଦୀପ ଯାଦବ ୧୪ ୱିକେଟ ସହ ତାଙ୍କ ପଛରେ ଅଛନ୍ତି । ଭାରତ ବିଶ୍ୱକପରେ କ୍ରମାଗତ ୯ଟି ମ୍ୟାଚରେ ବିଜୟ ହାସଲ କରି ନିଜ ରେକର୍ଡ ଭାଙ୍ଗିଛି । ତେବେ ଓଭରାଲ ଏହି ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି । ୨୦୦୩ ଓ ୧୦୦୭ରେ ଅଷ୍ଟ୍ରେଲିଆ ୧୧ ମ୍ୟାଚରେ ବିଜୟୀ ହୋଇଥିଲା ।

Leave A Reply

Your email address will not be published.