ଅହମ୍ମଦାବାଦ: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଭାରତରେ ଆୟୋଜିତ ହେବ । ବୁଧବାର କମନୱେଲଥ ସ୍ପୋର୍ଟ ଅହମ୍ମଦାବାଦକୁ ଆୟୋଜକ ଭାବେ ବିଧିବଦ୍ଧ ଘୋଷଣା କରିଛି । ଗ୍ଲାସଗୋରେ ଆୟୋଜିତ ହୋଇଥିବା କମନୱେଲଥ ସ୍ପୋର୍ଟ ଜେନେରାଲ ଆସେମ୍ବଲୀ ବୈଠକରେ ଭାରତର ବିଡକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହାର ଘୋଷଣା ହେବା ମାତ୍ରେ ୨୦ ଗରବା ଡ୍ୟାନ୍ସର ଓ ୩୦ ଭାରତୀୟ ବାଦ୍ୟକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଏହାକୁ ସ୍ୱାଗତ କରିଥିଲେ । ୨୦୩୦ ପାଇଁ ଭାରତର ରୂପରେଖ ସମସ୍ତଙ୍କୁ ପ୍ରଭାବିତ କରିଛି ।
ରାଜ୍ୟଗୋଷ୍ଠୀ କ୍ରୀଡାର ୧୦୦ ବର୍ଷ ପୂର୍ତି ଅବସରରେ ଏହା ଭାରତରେ ଆୟୋଜିତ ହେବା ଗର୍ବର ବିଷୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ୧୯୩୦ରେ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡା କାନାଡାର ହ୍ୟାମିଲଟନରେ ହୋଇଥିଲା । ଏଥର ୭୪ ଟିମ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ୧୬ ବର୍ଷ ପରେ ଭାରତ ପୂନର୍ବାର ଏହାକୁ ଆୟୋଜନ କରିବାକୁ ଯାଉଛି । ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡାକୁ ଆମେ ଭଲ ଭାବେ ଆୟୋଜିତ କରିବୁ ବୋଲି ଭାରତ ପକ୍ଷରୁ କୁହାଯାଇଛି ।
Comments are closed.