Latest Odisha News

BREAKING NEWS

ସିମ୍ କାର୍ଡ ଜାଲିଆତି ଉପରେ ରୋକ୍ ଲଗାଇବାକୁ ସରକାର ନେଇପାରନ୍ତି ଏପରି ପଦକ୍ଷେପ

ନୂଆଦିଲ୍ଲୀ: ବଢୁଥିବା ସିମ୍ କାର୍ଡ ଜାଲିଆତିକୁ ନଜରରେ ରଖି ଦେଶର ଟେଲିକମ ବିଭାଗ (DoT) ନୋ-ୟର-କଷ୍ଟମର (Know Your Customoer) ଭେରିଫିକେସନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। ଏହି ପରିବର୍ତ୍ତନରେ ଗୋଟିଏ ଆଇଡି ବା ପରିଚୟ ପତ୍ରରେ ଜାରି ହୋଇଥିବା ସିମ୍ କାର୍ଡର ସଂଖ୍ୟାକୁ ନଅରୁ ପାଞ୍ଚକୁ ହ୍ରାସ କରାଯିବ। ଦସ୍ତାବିଜର ଡିଜିଟାଲ୍ ଯାଞ୍ଚ, ସିମ୍ କାର୍ଡର ଅପବ୍ୟବହାର ପାଇଁ ଦଣ୍ଡବିଧାନ କରାଯିବ। ଟେଲିକମ ବିଭାଗ ମଧ୍ୟର ଆର୍ଟିଫିସିଆଲ ଇଂଟେଲିଜେନ୍ସ  ଓ ଡିଜିଟାଲ ଇଂଟେଲିଜେନ୍ସ ୟୁନିଟ୍ ନୂଆ କେଓ୍ୱାଇସି ନିୟମକୁ ନେଇ ଗଠିତ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଛଅ ମାସ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ।

ଡଟର ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କଞ୍ଜୁମର ପ୍ରୋଟେକ୍ସନ୍ (TAF-COP) ପାଇଁ ଏକ ପୋର୍ଟାଲ୍ ପ୍ରଚଳନ କରାଯିବ। ଯାହାଦ୍ୱାରା ଗ୍ରାହକମାନେ ନିଜ ନାଁରେ କେତୋଟି ସିମ୍ ରହିଛି ଯାଞ୍ଚ କରିପାରିବେ ଏବଂ ନିଜ ଅଜାଣତରେ ନିଜ ନାଁରେ କାମ କରୁଥିବା ଅତିରିକ୍ତ ମୋବାଇଲ କନେକ୍ସନକୁ ଚାହିଁଲେ ତାବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ବର୍ତ୍ତମାନ ଏହି ପୋର୍ଟାଲ କେତେକ ରାଜ୍ୟରେ ସକ୍ରିୟ ରହିଛି।

ନକଲି ଆଇଡି ସମସ୍ୟାର ମୁକାବିଲା ପାଇଁ ଡିଜିଟାଲ ଡକ୍ୟୁମେଣ୍ଟ ଭେରିଫିକେସନ୍ ବାଧ୍ୟତାମୂଳକ କରାଯିବ, କେଓ୍ୱାଇସି ପାଇଁ ଏକ ବଡ଼ ବ୍ୟବସ୍ଥା ଖୋଜିବା ପାଇଁ ଆଲୋଚନା ଚାଲିଛି। ଏହି ଯୋଜନାରେ TAF-COP ଏବଂ ସେଣ୍ଟ୍ରାଲ ଇକ୍ୱିପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର (CEIR) ପୋର୍ଟାଲକୁ ସୁଦୃଢ଼ କରିବା ପାଇଁ ଯୋଜନା କରାଯାଇଛି। ଯାହା ଚୋରି କିମ୍ବା ଠକେଇ ପାଇଁ ବ୍ୟବହୃତ ହେଉଥିବା ମୋବାଇଲ ଡିଭାଇସକୁ ବ୍ଲାକ୍ ଲିଷ୍ଟ କରିବାରେ ସାହାଯ୍ୟ କରିଥାଏ।

Comments are closed.