Latest Odisha News

୨୦୧୩ ପରଠାରୁ ୫ ଆଇସିସି ଟାଇଟଲ ହାତଛଡା କରିଛି ଭାରତ

ମୁମ୍ବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି ଭାରତ । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ପରାଜୟ ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ୨୦୧୩ ପରଠାରୁ ଭାରତ ୫ଟି ଆଇସିସି ଟୁର୍ଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନାହିଁ । ୨୦୨୪ ଟି୨୦ ବିଶ୍ୱକପ ଜିତି ଭାରତ ଏହି ଚୋକର୍ସ ପଦବୀ ଛାଡିବାକୁ ଚାହିଁବ । ୨୦୧୩ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାସଲ କରିଥିଲା । ଏହାପରଠାରୁ ଭଲ ପ୍ରଦର୍ଶନ ସତ୍ୱେ ଭାରତ ଆଉ କୌଣସି ଟାଇଟଲ ଜିତିନି । ୨୦୧୪ ଟି୨୦ ବିଶ୍ୱକପରେ ଭାରତ ପରାଜିତ ହୋଇଥିବା ବେଳେ ୨୦୧୫ ଦିନିକିଆ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେଇଥିଲା ।

୨୦୧୬ ଟି୨୦ ବିଶ୍ୱକପ ସେମିରୁ ପରାଜିତ ହେବା ପରେ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଆଶା ସଂଚାର କରିଥିଲା । ଭାରତ ଫାଇନାଲରେ ହାରି ଯାଇଥିଲା । ୨୦୧୯ ଦିନିକିଆ ବିଶ୍ୱକପ ସେମିରେ ପୂନର୍ବାର ହାରିଥିଲା । ୨୦୨୧ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ସୁବର୍ଣ୍ଣ ସୁଯୋଗ ହାତଛଡା କରିଥିଲା । ସେହି ବର୍ଷ ଭାରତ ଟି୨୦ ବିଶ୍ୱକପର ଗ୍ରୁପ ଷ୍ଟେଜରୁ ବିଦାୟ ନେଇଥିଲା । ଏହା ପରେ ୨୦୨୨ ଟି୨୦ ବିଶ୍ୱକପ ସେମିଫାଇନାଲରେ ପୂନର୍ବାର ବିଫଳ ହୋଇଥିଲା । ୨୦୨୩ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଓ ଦିନିକିଆ ବିଶ୍ୱକପର ଫାଇନାଲରେ ମଧ୍ୟ ଭାରତ ପ୍ରଶଂସକଙ୍କ ମନ ଭାଙ୍ଗିଛନ୍ତି । ଏଥର ରୋହିତ ଶର୍ମାଙ୍କ ଟିମ ଟାଇଟଲ ଜିତି ମନ ଜିଣିବେ ବୋଲି ସମୀକ୍ଷକ ଓ ପ୍ରଶଂସକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.