Latest Odisha News

BREAKING NEWS

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ବିଜେତା ଭାରତର ର‌୍ୟାଙ୍କିଙ୍ଗରେ ସୁଧାର

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟାଇଟଲ ଜିତିବା ଯୋଗୁ ଭାରତର ଏଫଆଇଏଚ ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ତାଜା ର‌୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୨୧ ପରେ ଭାରତ ପୁନର୍ବାର ଏହି ସ୍ଥାନକୁ ଫେରିଛି । ରବିବାର ଜାରୀ କରାଯାଇଥିବା ର‌୍ୟାଙ୍କିଙ୍ଗରେ ଭାରତକୁ ଗୋଟିଏ ପଂଏଟର ଫାଇଦା ହୋଇଛି । ଏଥିଯୋଗୁ ଇଂଲଣ୍ଡକୁ ପଛରେ ପକାଇ ଟିମ ଇଣ୍ଡିଆ ତୃତୀୟ ସ୍ଥାନ ହାସଲ କରିଛି । ଭାରତର ର‌୍ୟାଙ୍କିଙ୍ଗ ପଂଏଟ ୨୭୭୧.୩୫ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବେଲଜିୟମର ପଂଏଟ ୨୯୧୭.୮୭ ରହିଛି ।

୩୦୯୫.୯ ୦ ପଂଏଟ ସହ ନେଦରଲାଣ୍ଡସ ଶୀର୍ଷ ସ୍ଥାନ ବଜାୟ ରଖିଛି । ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ୪ର୍ଥ ଥର ପାଇଁ ଟାଇଟଲ ହାସଲ କରିଛି । ଫାଇନାଲରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ୫ମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତ ଥରେ ରନର୍ସଅପ ହୋଇଥିଲା ।

Comments are closed.