Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷରେ ରାହୁଲଙ୍କ ଶତକ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଖେଳାଳି କେଏଲ ରାହୁଲ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ଟେଷ୍ଟ କ୍ରିକେଟରେ ତାଙ୍କର ୧୧ତମ ଶତକ । ରାହୁଲ ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସର୍ବାଧିକ ଶତକ ହାସଲ କରିଥିବା ଭାରତର ବିରାଟ କୋହଲିଙ୍କ ରେକର୍ଡ ଭଙ୍ଗ କରିଛନ୍ତି । କୋହଲି ଡବ୍ଲ୍ୟୁଟିସିରେ ୫ଟି ଶତକ ମାରିଥିବା ବେଳେ ରାହୁଲଙ୍କ ଶତକ ସଂଖ୍ୟା ୬ରେ ପଂହଚିଛି । ରୋହିତ ଶର୍ମା ଓ ଶୁଭମନ ଗିଲ ସର୍ବାଧିକ ୯ଟି ଲେଖାଏଁ ଶତକ ହାସଲ କରିଛନ୍ତି ।

ରାହୁଲ ୧୯୭ବଲରେ ୧୦୦ ରନ କରି ଆଉଟ ହୋଇଥିଲେ । ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୧୬୨ ରନ କରିଥିବା ଭାରତ ୪ ୱିକେଟ ହରାଇ ୩୦୨ ରନ ସଂଗ୍ରହ କରି ନେଇଛି । ଧ୍ରୁବ ଜୁରେଲ ୬୧ ଓ ରବୀନ୍ଦ୍ର ଜାଡେଜା ୩୩ ରନ କରତ ଅପରାଜିତ ରହିିଛନ୍ତି । ପୂର୍ବରୁ ଯଶସ୍ୱୀ ଜୈସୱାଲ ୩୬, ଶୁଭମନ ଗିଲ ୫୦ ଓ ସାଇ ସୁଦର୍ଶନ ୭ ରନ କରି ଆଉଟ ହୋଇଥିଲେ ।

Comments are closed.