ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ୨୮ ରନର ଅଗ୍ରଣୀ ହାସଲ କରିଛି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୨୩୫ ରନ ଜବାବରେ ଭାରତ ୨୬୩ ରନ କରି ଅଲଆଉଟ ହୋଇଯାଇଛ । ଶୁଭମନ ଗିଲ ଓ ରିଷଭ ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ଯୋଗୁ ଭାରତ ଏହି ଅଗ୍ରଣୀ ହାସଲ କରିପାରିଛି । ଗିଲ ୯୦ ଏବଂ ପନ୍ତ ୬୦ ରନ କରି ଆଉଟ ହୋଇଥିଲେ । ଶେଷ ଭାଗରେ ୱାଶିଂଟନ ସୁନ୍ଦର ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ୩୮ ରନ ହାସଲ କରିଥିଲେ । ସେ ଶେଷ ପର୍ଯ୍ୟନ୍ତ ନଟଆଉଟ ରହିଥିଲେ ।
ଭ୍ରମଣକାରୀ ଦଳ ପକ୍ଷରୁ ଅଜାଜ ପଟେଲ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ମାଟ୍ଟ ହେନରୀ, ଗ୍ଲେନ ଫିଲିପ୍ସ ଓ ଈଶ ସୋଧୀ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ପୂର୍ବରୁ ୱିଲ ୟଙ୍ଗଙ୍କ ୭୧ ଓ ଡାରେଲ ମିଚେଲଙ୍କ ୮୨ ରନ ବଳରେ ନ୍ୟୁଜିଲାଣ୍ଡ ୨୩୫ ରନ କରିଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ଓ ସୁନ୍ଦର ୪ଟି ୱିକେଟ ନେଇଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି ।