Latest Odisha News

BREAKING NEWS

ବାଂଲାଦେଶ ବିପକ୍ଷରେ ଭାରତ ୩୦୮ ରନରେ ଅଗ୍ରଣୀ: କୋହଲି, ରୋହିତ ପୂନର୍ବାର ବିଫଳ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୦୮ ରନର ଅଗ୍ରଣୀ ହାସଲ କରି ସୁବିଧା ଜନକ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଟିମ ଇଣ୍ଡିଆ ୩ ୱିକେଟ ହରାଇ ୮୧ ରନ ସଂଗ୍ରହ କରିଛି । ଶୁଭମନ ଗିଲ ୩୩ ଓ ରିଷଭ ପନ୍ତ ୧୨ ରନ କରି ଅପରାଜିତ ରହିଛନ୍ତି । ଅଧିନାୟକ ରୋହିତ ଶର୍ମା(୫), ଯଶସ୍ୱୀ ଜୈସୱାଲ(୧୦) ଓ ବିରାଟ କୋହଲି ୧୭ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୭୬ ରନ ଜବାବରେ ବାଂଲାଦେଶ ୧୪୯ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଯଶପ୍ରୀତ ବୁମରାହ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ସିରାଜ, ଆକାଶଦୀପ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ । ବାଂଲାଦେଶ ପକ୍ଷରୁ ଶକୀବ ଉଲ ହାସନ ସର୍ବାଧିକ ୩୨ ରନ କରିଥିଲେ । ବୁମରାହ ଏହି ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ ପୂର୍ଣ୍ଣ କରିଛନ୍ତି । ଟିମ ଇଣ୍ଡିଆ ଅଧିନାୟକ ରୋହିତ ବାଂଲାଦେଶକୁ ଫଲୋଅନ ନ ଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.