Latest Odisha News

BREAKING NEWS

ପନ୍ତ, ରାହୁଲଙ୍କ ଶତକ: ଇଂଲଣ୍ଡ ସମ୍ମୁଖରେ ୩୭୧ ରନର ଲକ୍ଷ୍ୟ ରଖିଲା ଭାରତ

ଲୀଡ୍ସ: ଦ୍ୱିତୀୟ ଇନିଂସରେ ରିଷଭ ପନ୍ତ ଓ କେଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ରହିଛି । ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଭାରତୀୟ ବୋଲରଙ୍କୁ ଅନ୍ତିମ ଦିବସରେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିବାକୁ ପଡିବ । ପନ୍ତ ୧୧୮ ଓ ରାହୁଲ ୧୩୭ ରନ କରିଥିଲେ । ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ମଧ୍ୟ ଭାଗରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୪ ୱିକେଟରେ ଦଳ ୨୮୭ ରନ କରିଥିବା ବେଳେ ୩୬୪ରେ ଅଲଆଉଟ ହୋଇ ଯାଇଥିଲା ।

ଇଂଲଣ୍ଡ ପକ୍ଷରୁ ବ୍ରେଡନ କର୍ସ ଓ ଜୋଶ ଟଙ୍ଗ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଶୋଏବ ବଶୀର ୨ଟି ୱିକେଟ ନେଇଥିଲେ । ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୭୧ ରନ କରିଥିଲା । ଟିମ ଇଣ୍ଡିଆ ପକ୍ଷରୁ ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ ଓ ରିଷଭ ପନ୍ତ ଶତକ ହାସଲ କରିଥିଲେ । ଏହାର ଜବାବରେ ଇଂଲଣ୍ଡ ୪୬୫ ରନ କରିଥିଲା । ଯଶପ୍ରୀତ ବୁମରାହ ୫ଟି ୱିକେଟ ନେଇଥିଲେ ।

Comments are closed.