Latest Odisha News

BREAKING NEWS

ତେ‌ହ୍‌ରୀ ହ୍ରଦରେ ନିର୍ମାଣ ହେଲା ଦେଶର ସବୁଠୁ ବଡ଼ ଝୁଲା ପୋଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଶ୍ବ ପ୍ରସିଦ୍ଧ ତେ‌ହ୍‌ରୀ ହ୍ରଦ ଉପରେ ଦେଶର ସର୍ବବୃହତ୍ ଡୋବ୍ରା-ଚାଣ୍ଟି ମୋଟର ସସପେନ୍ସ ସେତୁ ପ୍ରସ୍ତୁତ ହୋଇସାରିଛି। ଖୁବ୍ ଶୀଘ୍ର ଏହାର ଉଦ୍‌ଘାଟନ କରାଯିବ।

ସୂଚନାଯୋଗ୍ୟ ଏହି ୪୪୦ ମିଟର ଲମ୍ବା ସେତୁ ନିର୍ମାଣରେ ସରକାରଙ୍କ ପକ୍ଷରୁ ଏକକାଳୀନ ୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଡୋବ୍ରା-ଚାଣ୍ଟି ହେଉଛି ଦେଶର ସବୁଠାରୁ ବଡ଼ ଝୁଲା ପୋଲ ଯାହା ନିଜେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି।

ଏହି ସେତୁ ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନଶୈଳୀକୁ ଆହୁରି ସହଜ କରିବ ବୋଲି ଆଶା କରାଯାଉଛି। ଏହି ସେତୁର ମୋଟ ଚଉଡା ୭ ମିଟର। ଏହା ୧୬ ଟନ୍‌ର ଭାର ସମ୍ଭାଳିବାକୁ ସକ୍ଷମ। ଏହାର ନିର୍ମାଣରେ ୩ ବିଲିୟନ୍ ଅର୍ଥ ବ୍ୟୟ କରାଯାଇଛି।

ଏହି ବ୍ରିଜ୍‌ର ନିର୍ମାଣ ୨୦୦୬ ମସିହାରେ ଆରମ୍ଭ ହୋଇଥିଲା। ସେତୁ ନିର୍ମାଣରେ କିଛି ପ୍ରତିକୂଳ ପରିସ୍ଥିତି ଉପୁଜିବାରୁ ଏହାକୁ ଅଧାରୁ ବନ୍ଦ କରାଯାଇଥିଲା। ପୁନର୍ବାର ୨୦୧୬ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

Comments are closed.