Latest Odisha News

BREAKING NEWS

ନଅ ଶହ ଛୁଇଁବ ରାଜ୍ୟରେ କରୋନା ଡେଥ୍ କେସ୍, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ ?

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଡେଥ୍ କେସ୍ । ଆସନ୍ତାକାଲି ସୁଦ୍ଧା ନଅ ଶହ ଛୁଇଁପାରେ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୭ ଜୀବନ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୩୮% ।

ଗତ ୨୪ ଘଣ୍ଟାରେ ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରୁ ତିନି ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ବାଲେଶ୍ୱରରେ କରୋନା ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଥିବା ବେଳେ ଢେଙ୍କାନାଳରେ ଗଲାଣି ୯ ଜୀବନ ।

ସେହିପରି ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ଆଉ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ଏମାନଙ୍କ ବ୍ୟତୀତ ନୟାଗଡ଼, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୧ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ରହିଛି ୧୪୬ । କଟକରେ ୭୪ ମୁଣ୍ଡ ଗଡ଼ିଥିବା ବେଳେ ପୁରୀରେ ମହାମାରୀରେ ମଲେଣି ୫୯ ସଂକ୍ରମିତ ।

Leave A Reply

Your email address will not be published.