Latest Odisha News

BREAKING NEWS

ପ୍ରଥମ ଦିନିକିଆରେ ଭାରତକୁ ୯ ରନ୍‌ରେ ହରାଇଲା ସାଉଥ ଆଫ୍ରିକା

ଲକ୍ଷ୍ନୈା: ପ୍ରଥମ ଦିନିକିଆରେ ବିଜୟ ହାସଲ କରିଛି ସାଉଥ ଆଫ୍ରିକା । ଟିମ୍ ଇଣ୍ଡିଆକୁ ୯ ରନ୍‌ରେ ହରାଇଛି ସାଉଥ ଆଫ୍ରିକା । ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡ଼ିୟମରେ ବର୍ଷା କାରଣରୁ ଆଜିର ମ୍ୟାଚ ୪୦ ଓଭର ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ୍ କରିଥିଲା ସାଉଥ ଆଫ୍ରିକା। ଟିମ୍ ଇଣ୍ଡିଆ ୨୫୦ ରନ୍‌ର ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିବା ବେଳେ ୮ ୱିକେଟ ହରାଇ ୨୪୦ ରନ୍ ହିଁ କରିପାରିଥିଲା

ସାଉଥ ଆଫ୍ରିକା ପକ୍ଷରୁ ମଲାନ ୨୨ ରନ ଓ ଡିକକ୍ ୪୮ ରନ କରି ଆଉଟ ହେବା ପରେ ଅଧିନାୟକ ବାଭୁମା ଓ ଆଇଡେନ ମାର୍କରାମ ଶସ୍ତାରେ ଆଉଟ ହୋଇଥିଲେ । ମିଲର ୬୩ ବଲରୁ ୭୫ ରନ ଓ କ୍ଲାସେନ ୬୫ ବଲରୁ ୭୪ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ବିକେଟ ନେଇଥିବାବେଳେ ରବି ବିଷ୍ଣୋଇ ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ଭାରତ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୮୬ ରନ୍ କରିଥିବା ବେଳେ ଶ୍ରେୟସ ଆୟର ୫୦ ରନ୍ କରିଥିଲେ । ଶିଖର ଧଓ୍ବନ ୪ ରନ, ଶୁଭମନ ଗିଲ ୩ ରନ, ଋତୁରାଜ ଗାଏକଓ୍ବାଡ ୧୯ ରନ୍, ଶାର୍ଦୁଳ ଠାକୁର ୩୩ ରନ୍, ଇଶାନ କିଷନ ୨୦ ରନ କରି ଆଉଟ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ନିଙ୍ଗିଡ଼ି ସର୍ବାଧିକ ୩ ଟି ୱିକେଟ୍ ନେଇଥିବା ବେଳେ ରାୱଡ଼ା ୨ ଓ ତବରେଜ ଶାମସୀ ୧ ୱିକେଟ୍ ନେଇଥିଲେ।

Leave A Reply

Your email address will not be published.