Latest Odisha News

BREAKING NEWS

ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହୋଇଛି । ଦୁଇ ଦେଶର ଋଣନୈତିକ ସହଯୋଗ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଦେଇଥିବା ବେଳେ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ଅର୍ଥନୀତିକୁ ମଜବୁତ୍ କରିବ ବୋଲି ନୂଆଦିଲ୍ଲୀ ଠାରେ ଏଫ୍ଆଇସିସିଆଇ ଓ ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ବ୍ୟବସାୟିକ ବୈଠକରେ ମଙ୍ଗୋଲିଆର ରାଷ୍ଟ୍ରପତି ଏଚ୍.ଇ ଖଲ୍ଟମାଜିନ୍ ବାଟ୍ଟୁଲ୍ଗାଙ୍କ ଉପସ୍ଥିତିରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

BjdElectrycity

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ମଙ୍ଗୋଲିଆ ମଧରେ ଦ୍ୱିପାକ୍ଷିକ ସହଯୋଗ ଏବଂ ବାଣିଜ୍ୟିକ ସମ୍ପର୍କ ସୁଦ୍ଧା ମୋଟ ଉପରେ ବ୍ୟବସାୟର ମାତ୍ରା କମ୍ ରହିଛି । ତେଣୁ ପୁଣି ଥରେ ଦ୍ୱିପାକ୍ଷିକ ବ୍ୟବସାୟ ବୃଦ୍ଧି ହେବା ପାଇଁ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ୍ କରିବାର ଆବଶ୍ୟକତା ରହିଛି ।

ଉଭୟ ଦେଶକୁ ଆଇଟି, ଯୋଗାଯୋଗ ପ୍ରଯୁକ୍ତି ବିଜ୍ଞାନ, ଫାର୍ମାସ୍ୟୁଟିକାଲ ଏବଂ ସ୍ୱାସ୍ଥ୍ୟ ସେବା ଉଦ୍ୟୋଗ କ୍ଷେତ୍ରକୁ ସାମୂହିକ ଧ୍ୟାନରେ ରଖି ଆହୁରି ବୃଦ୍ଧି କାରବାର ଆବଶ୍ୟକତା ରହିଛି । ଏହି କ୍ଷେତ୍ରର ଭିତିଭୂମି\nଉପରେ ମଙ୍ଗୋଲିଆକୁ ଭାରତ ସମର୍ଥନ ଦେଇଥିବା ମତବ୍ୟକ୍ତ ପ୍ରକାଶ କରିଥିଲେ ଶ୍ରୀ ପ୍ରଧାନ ।\nସେହିପରି ଗୋପାଳନ, ଶିକ୍ଷା ପାଇଁ ଦୁଇ ଦେଶ ମିଳିମିଶି କାମ କରିବାର ଆବଶ୍ୟକ ରହିଛି । ଏହା ଦ୍ୱାରା\nଦୁଇ ଦେଶର ଆର୍ଥିକ ଅଭିବୃଦ୍ଧି ହୋଇପାରିବ ବୋଲି ସେ କହିଛନ୍ତି ।\nପୂର୍ବରୁ ହିଁ ଦୁଇ ଦେଶ ସାଇବର ନିରାପତା କ୍ଷେତ୍ରରେ ଏକ୍ ହୋଇ କାମ କରୁଛନ୍ତି । ଯୁଗ୍ମ ଉଦ୍ୟମରେ\nଡିଜିଟାଲ ଦୁନିଆରେ ଲାଭ ହୋଇପାରିବ ବୋଲି ସେ କହିଥିଲେ । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ \nଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ସହଯୋଗର ବହୁତ ବଡ ସମ୍ଭାବନା ଅଛି ବୋଲି ଶ୍ରୀ ପ୍ରଧାନ\nକହିଛନ୍ତି ।\nକେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ-ମଙ୍ଗୋଲିଆ ବନ୍ଧୁତ୍ୱ ଗଣତନ୍ତ୍ରର ସାମାନ୍ୟ ଆଦର୍ଶର\nମୂଳଦୁଆରେ ନିର୍ମିତ ହୋଇଛି । ଭାରତର ଏବଂ ମଙ୍ଗୋଲିଆ ଗୋଟିଏ ବୌଦ୍ଧିକ ପରମ୍ପରାକୁ ସେୟାର\nକରୁଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.