Latest Odisha News

BREAKING NEWS

ଭାରତକୁ ପୁଣି ଫେରିବ କି କରୋନା? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡ-୧୯ ଭାରତକୁ ପୁଣି ଥରେ ଫେରିବାକୁ ଯାଉଛି।ଏନେଇ ସତର୍କ ରହିବାକୁ ସଚେତନ କରିଛନ୍ତି ବିଶେଷଜ୍ଞ।

୨୦୨୦-୨୧ ମଧ୍ୟରେ ଦେଶ କୋଭିଡ ମହାମାରୀରେ ସଂକ୍ରମିତ ହୋଇଥିଲା। ଏବେ ପୁଣି ଥରେ କୋଭିଡ-୧୯ ବ୍ୟାପୁଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ, ଆମେରିକାରୁ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କୋଭିଡ୍ ସଂକ୍ରମଣ ମାମଲା ଦେଖାଯାଇଛି। ଏହି ସମୟରେ ନୋଏଡାର ଶିବ ନାଡର ବିଶ୍ୱବିଦ୍ୟାଳୟର ଭାଇରୋଲୋଜିଷ୍ଟ ପ୍ରଫେସର ଦୀପକ ସେହଗଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କୋଭିଡ-୧୯ ପୁଣି ଥରେ ଭାରତରେ ବ୍ୟାପିପାରେ। ଯେଉଁଥି ପାଇଁ ଏବେଠାରୁ ସତର୍କତା ଅବଲମ୍ବନ କରାଯିବା ଉଚିତ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆମେରିକାର ହସ୍ପିଟାଲରେ ୪ହଜାରରୁ ଅଧିକ ଲୋକ ସଂକ୍ରମଣରେ ଭର୍ତ୍ତି ହୋଇଛନ୍ତି। ଦକ୍ଷିଣ କୋରିଆରେ ମଧ୍ଯ ବହୁ ସଂଖ୍ୟକ କୋଭିଡ୍ ମାମଲା ଦେଖାଯାଉଛି।

WHOର ରିପୋର୍ଟ ଅନୁଯାୟୀ ଜୁନ୍ ରୁ ଜୁଲାଇ ମଧ୍ୟରେ ଭାରତରେ ୯୦୮ ଟି କୋଭିଡ୍ ମାମଲା ରିପୋର୍ଟ ହୋଇଥିଲା ଏବଂ ଏହି ସମୟ ମଧ୍ୟରେ ୨ ଜଣକ ମୃତ୍ୟୁ ମଧ୍ୟ ରେକର୍ଡ କରାଯାଇଥିଲା।

ପ୍ରଫେସର ଦୀପକ ସେହଗଲ ଆହୁରି ମଧ୍ଯ କହିଛନ୍ତି, ଭାରତର ସ୍ଥିତି ଅନ୍ୟ ଦେଶମାନଙ୍କ ଭଳି ଗମ୍ଭୀର ନୁହେଁ, କିନ୍ତୁ କୋଭିଡ-୧୯ ର ବିପଦ ପାଇଁ ଆମକୁ ଏବେଠୁ ପ୍ରସ୍ତୁତ ହେବାକୁ ପଡ଼ିବ।

Comments are closed.