Latest Odisha News

BREAKING NEWS

ଭାରତ-ମିଆଁମାର ସୀମାରେ ଲାଗିବ ତାର ବାଡ଼, ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ଲଗାଯିବ ତାର ବାଡ଼। ମୋଟ ୧୬୪୩ କିଲୋମିଟର ଯାଏ ଏହି ତାର ବାଡ ଦିଆଯିବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ପଡ଼ୋଶୀ ଦେଶର ସୈନିକ ଜାତିଗତ ହିଂସାରୁ ବଞ୍ଚିବା ପାଇଁ ଭାରତରେ ଶରଣ ନେଉଛନ୍ତି । ଏହାଛଡ଼ା ମଣିପରୁର ବର୍ତ୍ତମାନ ସ୍ଥିତିକୁ ଦେଖି ମଧ୍ୟ ସୀମାରେ ନୀରକ୍ଷଣ ଜରୁରୀ ହୋଇପଡ଼ିଛି । ଏପରି ସ୍ଥିତିରେ ଅବାଧ ଗମନାଗମନ ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ମିଆଁମାର ପଟୁ ଅନୁପ୍ରବେଶ ବଢ଼ୁଥିବାରୁ ଚିନ୍ତା ବଢ଼ୁଛି। ଏହାକୁ ନେଇ ସତର୍କ ହେବା ସହ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଏହା ଖାଲି ରହିଥିଲା, ଫଳରେ ମୁକ୍ତ ଭାବେ ଯାତାୟତ କରି ହେଉଥିଲା। ମାତ୍ର ମଣିପୁର ହିଂସାରେ ମିଆଁମାର ବିଦ୍ରୋହୀଙ୍କ ହାତ ଥିବା ଖବର ମିଳିବା ପରେ ତାରବାଡ଼ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

ଗତ ତିନି ମାସରେ ମିଆଁମାର ସେନାର ପ୍ରାୟ ୬୦୦ ସୈନିକ ଭାରତରେ ଅନୁପ୍ରବେଶ କରିଛନ୍ତି । ସରକାରୀ ସୂତ୍ର ଅନୁସାରେ ପଶ୍ଚିମ-ମିଆଁମାର ରାଜ୍ୟ ରଖାଇନରେ ଉଗ୍ରବାଦୀଙ୍କ ଦ୍ୱାରା ସୈନିକ ଶିବିର ଉପରେ କବଜା ପରେ ସେମାନେ ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାରେ ଶରଣ ନେଇଛନ୍ତି । ଅନ୍ୟପଟେ ମଣିପୁରରେ ଅଶାନ୍ତି ପଛରେ ମିଆଁମାରର ଉଗ୍ରବାଦୀ ସଂଗଠନର ହାତ ଥିବା କୁହାଯାଉଛି ।

Leave A Reply

Your email address will not be published.