ଚେନ୍ନାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷରେ ରବିବାରୀ ଭାରତ ତାର ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୦୦ ରନର ଟାର୍ଗେଟ ରଖିଛି । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ୪୯.୩ ଓଭରରେ ୧୯୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଭେଡିଡ ୱାର୍ଣ୍ଣର ୪୧, ଷ୍ଟିଭ ସ୍ମିଥ ୪୬ ଓ ମିଚେଲ ଷ୍ଟାର୍କ ୨୮ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ ହାସଲ କରିଥିବା ବେଳେ କୂଲଦୀପ ଯାଦବ ଓ ଯଶପ୍ରୀତ ବୁମରାହ ୨ଟି ଲେଖାଁଏ ୱିକେଟ ନେଇଥିଲେ ।
ଭାରତୀୟ ସ୍ପିନ ବୋଲରଙ୍କ ବୋଲିଂ ଆଗରେ ଅଷ୍ଟ୍ରେଲିଆ ଟିମ ଧରାଶାୟୀ ହୋଇଥିଲେ । ଭାରତର ସମସ୍ତ ବୋଲର ଉପଯୋଗୀ ପ୍ରଦର୍ଶନ କରିଥିଲେ । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।
Comments are closed.