ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଖୁବ ଶୀଘ୍ର ଭାରତୀୟ କ୍ରିକେଟ ଟିମର ଘୋଷଣା କରାଯିବ । ଉପ ଅଧିନାୟକ ଶ୍ରେୟାଶ ଆୟାର ସମ୍ପୂର୍ଣ୍ଣ ଫିଟ ହୋଇ ନାହାନ୍ତି । ଆଗକୁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ । ଶୁଭମନ ଗିଲଙ୍କ ପ୍ରତ୍ୟାବର୍ତନ ଏକ ପ୍ରକାର ନିଶ୍ଚିତ ହୋଇଥିବାରୁ ଯଶସ୍ୱୀ ଜୈସୱାଲଙ୍କୁ ବାଦ ଦିଆଯାଇପାରେ । ତାଙ୍କ ସ୍ଥାନରେ ଜବରଦସ୍ତ ଫର୍ମରେ ଥିବା ଈଶାନ କିଶାନଙ୍କୁ ସୁଯୋଗ ମିଳିପାରେ ।
ଶ୍ରେୟାଶ ଫିଟ ହୋଇ ନ ଥିବାରୁ ରିତୁରାଜ ଗାଏକ୍ୱାଡଙ୍କୁ ମିଡିଲଅର୍ଡର ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ କରାଯିବା ସମ୍ଭବନା ରହିଛି । ଟି୨୦ ବିଶ୍ୱକପ ଟିମରେ ସ୍ଥାନ ପାଇଥିବା ଖେଳାଳିମାନେ ଯେପରି ଫିଟ ରହିବେ ସେଥିପ୍ରତି ଚୟନ କମିଟି ନଜର ରଖିଛି । ଯଦି ଏହା ହୁଏ ତେବେ ତିଳକଙ୍କୁ ବିଶ୍ରାମ ଦିଆଯାଇ ରିୟାନ ପରାଗଙ୍କୁ ଖେଳା ଯାଇପାରେ । ୱିକେଟକିପର ଭାବେ ରାହୁଲଙ୍କ ବ୍ୟାକଅପ ନିମନ୍ତେ ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲଙ୍କ ମଧ୍ୟରୁ ଜଣାଙ୍କୁ ନିଆଯାଇପାରେ ।
ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ୱାଶିଂଟନ ସୁନ୍ଦର ଅଲରାଉଣ୍ଡର ଓ ସ୍ପିନର ଭାବେ ଦଳରେ ସ୍ଥାନ ପାଇବା ସମ୍ଭାବନା ସୃଷ୍ଟି କରିଛନ୍ତି । କୂଲଦୀପ ଯାଦବ ଓ ବରୁଣ ଚକ୍ରବର୍ତି ଉପରେ ଚୟନ କମିଟି ନଜର ରଖିଛି । ପ୍ରସିଦ୍ଧ କ୍ରିଷ୍ଣା କିମ୍ବା ଅର୍ଶଦୀପ ସିଂଙ୍କ ସ୍ଥାନରେ ମହମ୍ମଦ ସିରାଜ ଖେଳିବା ନିଶ୍ଚିତ ହୋଇଛି । ଜାନୁୟାରୀ ୧୧ରୁ ଏହି ସିରିଜ ଆରମ୍ଭ ହେବ ।
ସମ୍ଭାବ୍ୟ ଦଳ: ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ରିତୁରାଜ ଗାଏକ୍ୱାଡ, ତିଳକ ବର୍ମା, କେଏଲ ରାହୁଲ, ରିଷଭ ପନ୍ତ, ଈଶାନ କିଶାନ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, କୂଲଦୀପ ଯାଦବ, ହଷିର୍ତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂ ।