ନୂଆଦିଲ୍ଲୀ: ଦିଲ୍ଲୀର ଵଜିରପୁର ଅଞ୍ଚଳରୁ ରେଡ୍ ସମୟରେ କୋଟି କୋଟି ଟଙ୍କାର ବନ୍ଦ ହୋଇଯାଇଥିବା ₹୫୦୦ ଏବଂ ₹୧୦୦୦ର ନୋଟ୍ ଜବଦ ହୋଇଛି। ନୋଟ୍ ବନ୍ଦୀର ବର୍ଷ ବର୍ଷ ପରେ ମଧ୍ୟ ବହୁ ଲୋକଙ୍କ ଆଲମାରି, ଲକର୍ କିମ୍ବା ପୁରୁଣା ଫାଇଲ୍ରେ ₹୫୦୦ ଏବଂ ₹୧୦୦୦ଟଙ୍କାର ନୋଟ୍ ମିଳିବା ନେଇ ଅନେକ ଚର୍ଚ୍ଚା ହେଉଛି। କିନ୍ତୁ ଆଇନ ପ୍ରକୃତରେ କ’ଣ କହୁଛି? ଆସନ୍ତୁ ଜାଣିବା ଯେ ଗୋଟିଏ ବି ବନ୍ଦ ହୋଇଥିବା ପୁରୁଣା ନୋଟ୍ ରଖିଥିଲେ ମିଳିଥାଏ କି ଦଣ୍ଡ?
ପୁରୁଣା ₹୫୦୦ ଏବଂ ₹୧୦୦୦ର ନୋଟ୍ ସହ ଜଡ଼ିତ ନିୟମଗୁଡ଼ିକ ସ୍ପେସିଫାଇଡ୍ ବ୍ୟାଙ୍କ ନୋଟ୍ସ ଆକ୍ଟ ୨୦୧୭ ଦ୍ୱାରା ନିୟନ୍ତ୍ରିତ ହୋଇଛି। ଏହା ନୋଟ୍ ବନ୍ଦୀ ପରେ ଲାଗୁ ହୋଇଥିଲା। ଏହି ଆଇନ ଅନୁଯାୟୀ ଅଳ୍ପ ସଂଖ୍ୟକ ନୋଟ୍ ବନ୍ଦୀ ନୋଟ୍ ରଖିବା ଅପରାଧ ନୁହେଁ। ଏହି ଆକ୍ଟ ବ୍ୟକ୍ତିମାନଙ୍କୁ କୌଣସି ଦଣ୍ଡ ବିନା ସୀମିତ ସଂଖ୍ୟକ ନୋଟ୍ ରଖିବାକୁ ଅନୁମତି ଦେଇଛି।
ଆପଣ ଆଇନ ଭାବେ ମୋଟ୍ ୧୦ଟି ନୋଟ୍ ବନ୍ଦୀ ନୋଟ୍ ରଖିପାରିବେ। ସେଗୁଡ଼ିକ ₹୫୦୦ ହେଉ କିମ୍ବା ₹୧୦୦୦ହେଉ। ଯେତେବେଳେ ଆପଣ ଏହି ସୀମା ଭିତରେ ରହୁଛନ୍ତି, ସେତେବେଳେ ସେଗୁଡ଼ିକୁ ଘୋଷଣା କରିବା, ସରେଣ୍ଡର କରିବା କିମ୍ବା କୌଣସି ଅଥରିଟିକୁ ରିପୋର୍ଟ କରିବାର ଆବଶ୍ୟକତା ନାହିଁ। କେତେକ ଲୋକ ଶୈକ୍ଷଣିକ କିମ୍ବା ଶୌକ ସହ ଜଡ଼ିତ ଉଦ୍ଦେଶ୍ୟରେ ପୁରୁଣା ମୁଦ୍ରା ରଖନ୍ତି। ଯଦି କୌଣସି ବ୍ୟକ୍ତି ମୁଦ୍ରା ବିଜ୍ଞାନୀ, ଗବେଷକ କିମ୍ବା ମୁଦ୍ରା କଲେକ୍ଟର ଅଟନ୍ତି ତେବେ ତାଙ୍କୁ ନିୟମ ଅନୁସାରେ ୨୫ଟି ପୁରୁଣା ନୋଟ୍ ରଖିବାକୁ ଅନୁମତି ମିଳିଛି। ଏଗୁଡ଼ିକୁ କଡ଼ାକଡ଼ି ଅଧ୍ୟୟନ, ପ୍ରଦର୍ଶନୀ କିମ୍ବା ସଂଗ୍ରହ ପାଇଁ ରଖାଯାଇପାରିବ। କିନ୍ତୁ ଏଗୁଡ଼ିକର ଲେଣଦେଣ କରାଯାଇପାରିବ ନାହିଁ।
ଯଦି କାହା ପାଖରେ ଅନୁମତିଠାରୁ ଅଧିକ ପୁରୁଣା ନୋଟ୍ ମିଳେ ତେବେ ଅପରାଧ ଆର୍ଥିକ ପ୍ରକୃତିର ହେବ, ଅପରାଧିକ ନୁହେଁ। ଏହି ଦଣ୍ଡରେ କେବଳ ଜୋରିମାନା ରହିଛି, ଜେଲ୍ ର ପ୍ରାବଧାନ ନାହିଁ। ସର୍ବନିମ୍ନ ଜୋରିମାନା ଟଙ୍କା, କିନ୍ତୁ ଏହା ଜବତ ହୋଇଥିବା ଅତିରିକ୍ତ ନୋଟ୍ଗୁଡ଼ିକର ଅଙ୍କିତ ମୂଲ୍ୟର ୫ ଗୁଣ ପର୍ଯ୍ୟନ୍ତ ବି ହୋଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ୨୦୧୭ର କାନୁନ ଅନୁଯାୟୀ ଅଧିକ ଡିମୋନେଟାଇଜଡ୍ ନୋଟ୍ ରଖିବାରେ କୌଣସି ଜେଲ୍ ହେବ ନାହିଁ। ବହୁ ଆର୍ଥିକ ଅପରାଧଠାରୁ ଭିନ୍ନ ହୋଇ ଏହି ଆଇନରେ କେବଳ ଜୋରିମାନା ଲଗାଯାଏ।