ନୂଆଦିଲ୍ଲୀ:ଡବଲ୍ସ ସ୍ପେଶାଲିଷ୍ଟ ଶନ ଭ୍ୟାଣ୍ଡି ଓ କୋଚ ନାଥାନ ରବର୍ଟସନ କରୋନା ସଂକ୍ରମିତ ହେବା ପରେ ଇଣ୍ଡିଆନ ଓପନ ବ୍ୟାଡମିଂଟନରୁ ଇଂଲଣ୍ଡ ଟିମ ଓହରି ଯାଇଛି । ରବିବାର ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ପକ୍ଷରୁ କରାଯାଇଥିବା ସମସ୍ତ ଖେଳାଳିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା । ଟୁର୍ଣ୍ଣାମେଂଟ ଆରମ୍ଭ ହେବାର ଠିକ ୨ ଦିନ ପୂର୍ବରୁ ୱେନ ଲେନ ଟୁଇଟରରେ ବେଣ୍ଡି ସଂକ୍ରମିତ ହୋଇଥିବା କଥା ଜଣାଇଥିଲେ । ଏହା ପରେ ଇଂଲଣ୍ଡ ଦଳ ଏଥିରୁ ଓହରି ଯାଇଥିଲା ।
ଇଣ୍ଡିଆନ ଓପନ ୧୧ ଜାନୁୟାରୀରୁ ୧୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଂଟ ସହ ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ସିଜନ ଆରମ୍ଭ ହେଉଛି । ଇଣ୍ଡିଆ ଓପନର ପୁରସ୍କାର ରାଶି ୨.୯୭ କୋଟି ଟଙ୍କା ରହିଛି ।
Comments are closed.