Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ ୨୦୨୬: ଘୋଷଣା ହେଲା କାର୍ଯ୍ୟସୂଚୀ, ଏହି ଦିନ ହେବ ଭାରତ-ପାକ ମୁକାବିଲା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ମଙ୍ଗଳବାର ମହିଳା ଟି୨୦ ବିଶ୍ୱକପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରିଛି । ୧୨ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ଏହା ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ଏହି ହାଇଭୋଲଟେଜ ମୁକାବିଲା ଜୁନ ୧୪ରେ ଏଜବେଷ୍ଟନରେ ଖେଳାଯିବ । ଗତ ମାସରେ ନେପାଳରେ ଅନୁଷ୍ଠିତ କ୍ୱାଲିଫାୟର ମୁକାବିଲା ପରେ ସମସ୍ତ ୧୨ଟି ଟିମ ଚୂଡାନ୍ତ ହୋଇଥିଲା । ଗ୍ରୁପ ୧ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଭାରତ, ପାକିସ୍ତାନ, ବାଂଲାଦେଶ ଓ ନେଦରଲାଣ୍ଡ ରହିଥିବା ବେଳେ ଗ୍ରୁପ ୨ରେ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡ ରହିଛନ୍ତି ।

ଆୟୋଜକ ଇଂଲଣ୍ଡ ଜୁନ ୧୨ରେ ଶ୍ରୀଲଙ୍କା ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହା ଏଜବେଷ୍ଟନରେ ଖେଳାଯିବ । ନେଦରଲାଣ୍ଡ ପ୍ରଥମ ଥର ପାଇଁ ଏହି କ୍ରିକେଟ ମହାକୁମ୍ଭରେ ଭାଗ ନେବାକୁ ଯାଉଛି । ସେମିଫାଇନାଲ ମ୍ୟାଚ ଜୁନ ୩୦ ଓ ୨ ଜୁଲାଇରେ ଦି ଓଭାଲରେ ଖେଳାଯିବ । ୫ ଜୁଲାଇରେ ଫାଇନାଲ ମ୍ୟାଚ ଲର୍ଡସରେ ଆୟୋଜିତ ହେବ । ଗତ ବର୍ଷ ଦିନିକିଆ ବିଶ୍ୱକପ ଜିତିବା ପରେ ଏବେ ଭାରତୀୟ ଟି ଏହି ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛନ୍ତି ।

Leave A Reply

Your email address will not be published.