Latest Odisha News

BREAKING NEWS

ଭାରତ,ପାକିସ୍ତାନ ଓ ଇଣ୍ଡୋନେସିଆରେ ପର୍ଯ୍ୟାପ୍ତ ପରିମାଣର କୋଭିଡ-୧୯ ଟେଷ୍ଟ କରାଯାଉ ନାହିଁ : ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ଏସୀୟ ଦେଶମାନଙ୍କ ମଧ୍ୟରେ ବିଶେଷ କରି ଭାରତ, ପାକିସ୍ତାନ ଓ ଇଣ୍ଡୋନେସିଆରେ ପର୍ଯ୍ୟାପ୍ତ ପରିମାଣର କୋଭିଡ-୧୯ ଟେଷ୍ଟ କରାଯାଉ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି । ବିଶ୍ୱର ସମୁଦାୟ ଜନ ସଂଖ୍ୟାର ୨୫ ପ୍ରତିଶିତ ଲୋକ ଏହି ଦେଶଗୁଡିକରେ ରହୁଛନ୍ତି । ୧୦ ଲକ୍ଷ ଜନସାଧାରଣ ରହୁଥିବା ସ୍ଥାନରେ ଅତି କମରେ ୧୫ ହଜାର ଲୋକଙ୍କ ଟେଷ୍ଟ କରାଯିବ ଉଚିତ । ଏବେଠାରୁ ଅଧିକରୁ ଅଧିକ ଟେଷ୍ଟ କରା ନ ଗଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇ ଯିବ ବୋଲି ଡବ୍ଲ୍ୟୁଏଚଓ କହିଛି ।

କରୋନା ଟେଷ୍ଟ କରାଯିବା ତ୍ୱରାନ୍ୱିତ କରିବା ପରେ ଇଣ୍ଡୋନେସିଆରେ ୨୨ ପ୍ରତିଶତ ଲୋକ ପଜିଟିଭ ମିଳିଥିଲେ । ଏହା ବିଚାରକୁ ନେଲେ ଭାରତକୁ ସେହି ମାତ୍ରାରେ ଟେଷ୍ଟ କରାଯିବା ଉଚିତ । ବର୍ତମାନ ଆମେରିକା ଓ ଦକ୍ଷିଣ କୋରିଆ ସର୍ବାଧିକ ଟେଷ୍ଟ କରୁଛନ୍ତି ବୋଲି ଡବ୍ଲ୍ୟୁଏଚଓ କହିଛି ।

Leave A Reply

Your email address will not be published.