ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଏପ୍ରିଲ ୩୦ରେ ପାକିସ୍ତାନୀ ଏୟାରଲାଇନ୍ସକୁ ଏହାର ସୀମାରେ ପ୍ରବେଶ କରିବା ଉପରେ କଟକଣା ଲଗାଇଥିଲା। ପ୍ରଥମେ ଏହା ମେ ୨୪ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରେ ପୁଣି ଏହା ଜୁନ ୨୪ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା।
ତେବେ ଗତ ସୋମବାର ଦିନ ସରକାରଙ୍କ ଦ୍ଵାରା ପୁଣି ଏକ ନୂଆ ନୋଟାମ ଜାରି କରାଯାଇଛି। ତଦନୁଯାୟୀ ୨୪ ଜୁଲାଇ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି। ପାକିସ୍ତାନରେ ପଞ୍ଜିକୃତ ହୋଇଥିବା କୌଣସି ବିମାନ ତଥା ପାକିସ୍ତାନୀ ଏୟାରଲାଇନ୍ସ କିମ୍ବା ପାକିସ୍ତାନୀ ଅପରେଟରମାନଙ୍କ ଦ୍ୱାରା ଯେଉଁ ବିମାନ ପରିଚାଳିତ ହେଉଥିବ। ସେହି ସମସ୍ତ ବିମାନ ଭାରତ ସୀମା ଭିତରେ ପ୍ରବେଶ କରିପାରିବ ନାହିଁ। ଅପରପକ୍ଷରେ ପାକିସ୍ତାନ ମଧ୍ୟ ୨୪ ଜୁଲାଇ ପର୍ଯ୍ୟନ୍ତ ଭାରତୀୟ ବିମାନକୁ ତାର ସୀମା ରେ ପ୍ରବେଶ ଉପରେ କଟକଣା ଲଗାଇଛି।
ଉଲ୍ଲେଖଯୋଗ୍ୟ, ପହଲଗାମ୍ ଆକ୍ରମଣ ପରେ ଏପ୍ରିଲ ୨୩ରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲା। ଏହା ପରେ ପାକିସ୍ତାନ ଏପ୍ରିଲ ୨୪ରେ ଆକାଶ ମାର୍ଗକୁ ନେଇ ପ୍ରତିବନ୍ଧକ ଲଗାଇଥିଲା। ପ୍ରଥମେ ଏହି ପ୍ରତିବନ୍ଧକ ମେ ୨୪ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରେ ଏହା ଜୁନ ଓ ବର୍ତ୍ତମାନ ଜୁଲାଇ ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
Comments are closed.