Latest Odisha News

BREAKING NEWS

ଜୁନିୟର ପୁରୁଷ ହକି ବିଶ୍ୱକପ : ଭାରତ-ପାକିସ୍ତାନ ହେବେ ମୁହାଁ ମୁହିଁ

ନୂଆଦିଲ୍ଲୀ: ଚେନ୍ନାଇ ଓ ମଦୁରାଇରେ ଜୁନିୟର ପୁରୁଷ ହକି ବିଶ୍ୱକପ ନଭେମ୍ବରୁ ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ । ଏଥିନେଇ ଏଫଆଇଏଚର ମୂଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଗ୍ରୁପ ବିରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସ୍ଥାନ ପାଇଛନ୍ତି । ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ୨୪ଟି ଦଳ ଅଂଶଗ୍ରହଣ କରୁଛନ୍ତି । ପୁଲ ଏରେ ଜର୍ମାନୀ, ଦକ୍ଷିଣ ଆଫ୍ରିକା, କାନାଡା ଓ ଆୟର୍ଲାଣ୍ଡ ସ୍ଥାନ ପାଇଛନ୍ତି । ପୁଲ ବିରେ ଭାରତ, ପାକିସ୍ତାନ, ଚିଲି, ସୁଇଜରଲାଣ୍ଡ ଓ ପୁଲ ସିରେ ଆର୍ଜେଂଟିନା, ନ୍ୟୁଜିଲାଣ୍ଡ, ଜାପାନ ଚୀନ ରହିଛନ୍ତି ।

ସେହିପରି ପୁଲ ଇରେ ନେଦରଲାଣ୍ଡ, ମାଲେସିଆ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଏବଂ ପୁଲ ଏଫରେ ଫ୍ରାନ୍ସ, ଅଷ୍ଟ୍ରେଲିଆ, କୋରିଆ ଓ ବାଂଲାଦେଶ ସ୍ଥାନ ପାଇଛନ୍ତି । ଜର୍ମାନୀ ଗତ ସଂସ୍କରଣରେ ଫ୍ରାନ୍ସକୁ ୨-୧ ଗୋଲରେ ପରାସ୍ତ କରି ଟାଇଟଲ ହାସଲ କରିଥିଲା । ଜମାନୀ ସର୍ବାଧିକ ୬ ଥର ଚାମ୍ପିୟନ ହୋଇଛି । ଭାରତ ୨୦୦୧ ଓ ୨୦୧୬ରେ ଚାମ୍ପିୟନ ହୋଇଛି । ଏଥର ମଧ୍ୟ ଦଳଠାରୁ ଏକ ଭଲ ପ୍ରଦର୍ଶନ ଆଶାରେ ପ୍ରଂଶସକମାନେ ରହିଛନ୍ତି ।

Comments are closed.