ବାଙ୍ଗାଲୋର: ସ୍ଥାନୀୟ କାନ୍ତିରାଭା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ସାଫ ଚାମ୍ପିୟନଶିପର ଏକ ମୁକାବିଲାରେ ଭାରତ ଓ କୁଏଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଉଭୟ ଟିମ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଏହି ଉତେଜନାପୂର୍ଣ୍ଣ ମ୍ୟାଚ ଅବସରରେ ଉଭୟ ଟିମର ଖେଳାଳିମାନେ ମୁହାଁମୁହିଁ ହୋଇଥିଲେ । ରେଫରୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ତେବେ ଭାରତର କୋଚ ଇଗୋର ଷ୍ଟିମାକଙ୍କୁ ଦ୍ୱିତୀୟ ଥର ପାଇଁ ରେଡକାର୍ଡ ଦେଖା ଯାଇଥିଲା । ଭାରତ ପକ୍ଷରୁ ଷ୍ଟାର ଖେଳାଳି ସୁନୀଲ ଛେତ୍ରୀ ଏବଂ ବିପକ୍ଷ ଦଳ ତରଫରୁ ଅନୱର ଅଲୀ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ ।
ଏଥିସହ ଭାରତ ଗ୍ରୁପ ଏରେ ଦ୍ୱିତୀୟ ସ୍ଥାନରେ ରହିଛି । କୁଏଟ ପ୍ରଥମ ସ୍ଥାନରେ ରହିଛି । ଉଭୟ ଟିମ ୮ ପଂଏଟ ପାଇଥିଲେ ମଧ୍ୟ ଅଧିକ ଗୋଲ ସ୍କୋର କରିବା ଯୋଗୁ କୁଏଟ ଶୀର୍ଷରେ ରହିଛି । ଭାରତ ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ୪-୦ରେ, ନେପାଳକୁ ୨-୦ରେ ପରାସ୍ତ କରିଥିଲା । ସେମିଫାଇନାଲରେ ଲେବାନନକୁ ଭେଟିବ ଭାରତ ।
Comments are closed.