Latest Odisha News

ଟି୨୦ରେ ଭାରତର ରେକର୍ଡ ସ୍କୋର

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ରେକର୍ଡ ସ୍କୋର କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୨୯୭ ରନ ସଂଗ୍ରହ କରିଥିଲା । ଟେଷ୍ଟ ଖେଳୁଥିବା ଦେଶମାନଙ୍କ ମଧ୍ୟରେ ଏହା ସର୍ବାଧିକ ଆନ୍ତର୍ଜାତୀୟ ଟି୨୦ ସ୍କୋର । ଟିମ ଇଣ୍ଡିଆର ଏହା ସର୍ବୋଚ୍ଚ ସ୍କୋର । ତେବେ ଟି୨୦ରେ ସର୍ବାଧିକ ରନ ସଂଗ୍ରହ ରେକର୍ଡ ନେପାଳ ନାମରେ ରହିଛି । ମଙ୍ଗୋଲିଆ ବିପକ୍ଷରେ ନେପାଳ ୩୧୪ ରନ କରିଥିଲା । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨୬୦ ରନ କରିଥିଲା ।

ସଞ୍ଜୁ ୪୭ ବଲରୁ ୧୧ଟି ଚୌକା ଓ ୮ଟି ଛକା ବଳରେ ୧୧୧ ରନ କରିଥିଲେ । ସେହିପରି ସୂର୍ଯ୍ୟକୁମାର ୩୫ଟି ବଲରୁ ୭୫ ରନ ସଂଗ୍ରହ କରିଥିଲେ । ଏଥିରେ ୮ଟି ଚୌକା ଓ ୫ ଛକା ସାମିଲ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରୁ ୪୭ ଓ ରିୟାନ ପରାଗ ୧୩ ବଳରୁ ୩୪ ରନ ସଂଗ୍ରହ କରିଥିଲେ । ତାଞ୍ଜିବ ହାସନ ସାକିବ ୩ଟି ୱିକେଟ ନେଇଥିଲେ । ୩ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି ।

Leave A Reply

Your email address will not be published.