ଶାରଜା: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଫାଇନାଲରେ ଭାରତ ପ୍ରବେଶ କରିଛି । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ବୈଭବ ସୂର୍ଯ୍ୟବଂଶର ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୬.୨ ଓଭରରେ ୧୭୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଲାକଭିନ ଆବେସିଂ ସର୍ବାଧିକ ୬୯ ରନ କରିଥିଲେ । ଭାରତ ପକ୍ଷରୁ ଚେତନ ଶର୍ମା ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୭୪ ରନର ଟାର୍ଗେଟକୁ ଭାରତ ୨୧.୪ ଓଭରରେ ପୂରଣ କରି ନେଇଥିଲା ।
ବୈଭବ ସୂର୍ଯ୍ୟବଂଶୀ ଓ ଆୟୂଷ ମାହାତ୍ରେ ପ୍ରଥମ ୱିକେଟରେ ୯୧ ରନ ଯୋଗ କରିଥିଲେ । ଆୟୂଷ ୩୪ ରନ କରି ଆଉଟ ହୋଇଥିଲେ । ମହମ୍ମଦ ଆମନ ଓ କେପି କାର୍ତିକେୟ ୨୫ ଓ ୧୧ ରନ କରି ଅପରାଜିତ ରହିଥିଲେ । ବୈଭବ ୩୬ ବଲରୁ ୬ ଚୌକା ଓ ୫ଛକା ସହାୟତାରେ ୬୭ ରନ କରି ଆଉଟ ହୋଇଥିଲେ । ପ୍ରଭାବର ପ୍ରଦର୍ଶନ ପାଇଁ ବୈଭବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅନ୍ୟ ଏକ ମୁକାବିଲାରେ ପାକିସ୍ତାନକୁ ୭ ୱିକେଟରେ ହରାଇ ବାଂଲାଦେଶ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।
Comments are closed.