Latest Odisha News

BREAKING NEWS

୧୬ ହଜାର ଫୁଟ ଉପରେ ବନିବ ସଡ଼କ, ବଢିବ ଚୀନର ଟେନସନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚୀନ ସୀମା (ତିବ୍ଦତ ସୀମା) ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କେନ୍ଦ୍ର ସରକାର ଏକ ସଡ଼କ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ରାସ୍ତାରେ ଭାରତୀୟ ସୈନିକମାନଙ୍କୁ ଚାଲି ଚାଲି ପାଦରେ ପାଟ୍ରୋଲିଂ କରିବାକୁ ଅତି କମରେ ପାଞ୍ଚ ଦିନ ସମୟ ଲାଗେ।

ତେବେ ୧୬,୧୩୪ ଫୁଟ ଉଚ୍ଚତାରେ ଅବସ୍ଥିତ ମୁଲିଂ ଲା ପାସ୍ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ଅଟେ ଓ ଏହା ସିଧାସଳଖ ତିବ୍ଦତ ସହିତ ସଂଯୋଗ କରୁଛି। ବର୍ତ୍ତମାନ ସୀମା ସଡ଼କ ସଂଗଠନ (BRO) ନୀଳପାଣିରୁ ମୁଲିଂ ଲା ଘାଟି ପର୍ଯ୍ୟନ୍ତ ୩୨ କିଲୋମିଟର ରାସ୍ତା ନିର୍ମାଣ କରିବ। ଯେଉଁଥିପାଇଁ BRO ବୈଷୟିକ ସର୍ଭେ ଡକ୍ୟୁମେଣ୍ଟ ସମାପ୍ତ କରି ସାରିଥିବା ସୂଚନା ମିଳିଛି।

ଗତ କିଛି ବର୍ଷ ମଧ୍ୟରେ ଚୀନ୍ ତିବ୍ଦତ ପାର୍ଶ୍ୱରେ ଏହାର ଭିତ୍ତିଭୂମିକୁ ଯଥେଷ୍ଟ ମଜବୁତ କରିଛି। ଯାହାର ଜବାବରେ ଭାରତ ବର୍ତ୍ତମାନ ଏହି ଯୋଜନା କରୁଛି। ତେବେ ଏହି ରାସ୍ତା ନିର୍ମାଣ ଦ୍ୱାରା ଭାରତକୁ ତିନୋଟି ପ୍ରମୁଖ ରଣନୈତିକ ସୁବିଧା ମିଳିବ। ଏଥିମଧ୍ୟରେ ରହିଛି –

ଲଜିଷ୍ଟିକ୍ସ ଏବଂ ଅସ୍ତ୍ରଶସ୍ତ୍ରର ତୁରନ୍ତ ପ୍ରବେଶ: ରାସ୍ତା ନିର୍ମାଣ ହେବା ପରେ ପାଞ୍ଚ ଦିନ ଲାଗୁଥିବା ଯାତ୍ରା ମାତ୍ର କିଛି ଘଣ୍ଟାରେ ସମାପ୍ତ କରାଯାଇପାରିବ। ଯାହାଫଳରେ ବିପଦ ସମୟରେ ଭାରୀ ତୋପ ଓ ସେନା ୟୁନିଟଗୁଡ଼ିକୁ କିଛି ମିନିଟ୍ ମଧ୍ୟରେ ନିୟୋଜିତ ହୋଇପାରିବ।

ଏହା ଦ୍ବାରା ମୁଲିଂ ଲା ଘାଟି ଉପରେ ଭାରତର ଦୃଢ଼ ନିୟନ୍ତ୍ରଣ ରହିପାରିବ ଅର୍ଥାତ୍ ଚୀନ୍ ସେନାର ପ୍ରତ୍ୟେକ ଗତିବିଧି ଉପରେ ଭାରତୀୟ ରାଡାର ଏବଂ ସୈନିକ ମାନଙ୍କର ସିଧାସଳଖ ନଜର ରହିପାରିବ।

ଶୀତ ଋତୁରେ ତୁଷାରପାତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲେ ଏହି ପକ୍କା ରାସ୍ତା ବର୍ଷର ଅଧିକାଂଶ ସମୟ ସୀମାକୁ ସକ୍ରିୟ ରଖିବାରେ ସାହାଯ୍ୟ କରିବ।

ତେବେ ଏହି ରାସ୍ତା କେବଳ ସଂଯୋଗୀକରଣକୁ ଉନ୍ନତ କରିବ ତା ନୁହେଁ ବରଂ ଚୀନର ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷା ଭାରତୀୟ ପର୍ବତମାଳା ଦ୍ୱାରା ଭାଙ୍ଗିବାକୁ ଯାଉଅଛି।

 

Leave A Reply

Your email address will not be published.