Latest Odisha News

BREAKING NEWS

ଆୟାର, ଗିଲଙ୍କ ବିସ୍ଫୋରକ ଶତକ : ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବ ବୃହତ ଦିିନିକିଆ ସ୍କୋର କଲା ଟିମ ଇଣ୍ଡିଆ

ଇନ୍ଦୋର: ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଶ୍ରେୟାଶ ଆୟାର ଓ ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪୦୦ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ସର୍ବ ବୃହତ ଦିନିକିଆ ସ୍କୋର । ଏହା ପୂର୍ବରୁ ବାଙ୍ଗାଲୋରରେ ଭାରତ ୧୦ ବର୍ଷ ତଳେ ୩୮୩/୬ ରନ କରିଥିଲା । ଏହାର ଜବାବରେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭ୍ରମଣକାରୀ ଦଳ ୨ ୱିକେଟ ହରାଇ ୪୧ ରନ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ରିତୁରାଜ ଗାଏକ୍ୱାଡ(୮ରନ)ଙ୍କ ୱିକେଟ ଶସ୍ତାରେ ହରାଇଥିଲା ।ଏହା ପରେ ଆୟାର ଓ ଗିଲ ଦ୍ୱିତୀୟ ୱିକେଟ ୨୦୦ ରନ ଯୋଗ କରିଥିଲେ । ଆୟାର ୯୦ ବଲରେ ୨୨ ଚୌକା ଓ ୩ ଛକା ସହାୟତାରେ ୧୦୫ ଓ ଗିଲ ୯୭ ବଲରେ ୬ ଚୌକା ଓ ୪ଛକା ସହାୟତାରେ ୧୦୪ ରନ କରିଥିଲେ ।

ଏହା ପରେ ଅଧିନାୟକ କେଏଲ ରାହୁଲ ୩୮ ବଲରେ ୫୨, ଈଶାନ କିଶାନ ୧୮ ବଲରେ ୩୧ ଏବଂ ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୭୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । କାମେରନ ଗ୍ରୀନଙ୍କ ଗୋଟିଏ ଓଭରରେ ସେ ୪ଟି ଛକା ମାରିଥିଲେ । ବିଶ୍ୱକପର ଚୂଡାନ୍ତ ଏକାଦଶରେ ସୂର୍ଯ୍ୟକୁମାରଙ୍କ ସ୍ଥାନ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ସେ କ୍ରମାଗତ ୨ଟି ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

Comments are closed.