Latest Odisha News

୯ମ ଥର ପାଇଁ ଏସିଆ କପ ମହିଳା କ୍ରିକେଟ ଫାଇନାଲରେ ଭାରତ

ଡାମ୍ବୁଲା: ଏଠାରେ ଅନୁଷ୍ଠିତ ଏସିଆ କପ ମହିଳା କ୍ରିକେଟରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଭାରତ ୯ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏ ପର୍ଯ୍ୟନ୍ତ ଏସିଆ କପରେ ଭାରତ ଓଭରାଲ ୭ ଥର ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ୨ ଥର ରନର୍ସଅପ ହୋଇଛି । ସେମିଫାଇନାଲ ମୁକାବିଲାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ମିନିମୟରେ ୮୦ ରନ କରିଥିଲା । ନିଗାର ସୁଲତାନ ଦଳ ପକ୍ଷରୁ ସର୍ବାଧିକ ୩୨ ରନ କରିଥିବା ବେଳେ ଶୋର୍ଣ୍ଣା ଆକଟର ୧୯ ରନ କରିଥିଲେ । ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତ ପକ୍ଷରୁ ରେଣୁକା ସିଂ ଓ ରାଧା ଯାଦବ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଭାରତ ୧୧ ଓଭରରେ କୌଣସି ୱିକେଟ ନ ହରାଇ ୮୩ ରନ କରିଥିଲେ । ସ୍ମୃତି ମାନ୍ଧାନା ୫୫ ଓ ଶେଫାଳୀ ବର୍ମା ୨୬ ରନ କରି ଅପରାଜିତ ରହିଥିଲେ । ରେଣୁକା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଫାଇନାଲରେ ଭାରତ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାକୁ ଭେଟିବ ।

Comments are closed.