Latest Odisha News

BREAKING NEWS

୨୦୨୩ରେ ସର୍ବାଧିକ କରୋନା ପଜିଟିଭ ଆଜି ଚିହ୍ନଟ; ସକ୍ରିୟ ସଂଖ୍ୟା ୧୫ ହଜାର ପାର୍

ନୂଆଦିଲ୍ଲୀ: ଲଗାତର ଦୁଇଦିନ ହେବ ଦେଶରେ କରୋନା ସଂକ୍ରମଣ ୩ ହଜାର ଉପରେ ରହୁଛି। ଗତକାଲି ଦୈନିକ ପଜିଟିଭ ସଂଖ୍ୟା ୩,୦୬୫ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୦୯୫ ସଂକ୍ରମିତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୨୩ରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ନୂଆ ସଂକ୍ରମଣକୁ ମିଶାଇଲେ ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ସଂଖ୍ୟା ୧୫,୨୦୮ ଅତିକ୍ରମ କରିଛି। ସୁସ୍ଥ ହାର ୯୮.୭୮ ପ୍ରତିଶତ ରହିଛି।

ସେହିପରି ଗତ ୨୪ ଘଣ୍ଟାରେ ୧୨୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ସୁସ୍ଥ ସଂଖ୍ୟା ୪,୪୧,୬୯,୭୧୧କୁ ବୃଦ୍ଧି ପାଇଛି। ସେହିପରି ଗୁଜରାଟ ଓ ଗୋଆରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ୨୯୫ କରୋନା ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଫଳରେ ସକ୍ରିୟ ହାର ୧୨.୪୮ ପ୍ରତିଶତ ହୋଇଯାଇଛି। ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଜରୁରୀ ବୈଠକ ଡକାଇଛନ୍ତି। ଏହି ବୈଠକରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସହ ବିଭାଗୀୟ ଅନ୍ୟା ଅଧିକାରୀମାନେ ସ୍ଥିତି ସମୀକ୍ଷା କରିବେ।

ଅନ୍ୟପଟେ ଉତ୍ତର ପ୍ରଦେଶରେ ମଧ୍ୟ ସଂକ୍ରମଣ ବଢ଼ୁଥିବାରୁ ସବୁ ପଜିଟିଭ୍ ସାମ୍ପଲକୁ ଜେନୋମ ସିକୁଏନ୍ସ ଟେଷ୍ଟ ପାଇଁ ପଠାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ଦ୍ଦେଶ ଦେଇଛନ୍ତି।

 

Comments are closed.