Latest Odisha News

BREAKING NEWS

ଦେଶରେ ଦୈନିକ କରୋନା ସକ୍ରିୟ ସଂଖ୍ୟା ୫ ପ୍ରତିଶତରୁ ଅଧିକ; ଆଜି ବି ସଂକ୍ରମଣ ୬ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ଆଜି ଦୈନିକ କରୋନା ସଂକ୍ରମଣ ୬ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୬୧୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୧,୧୯୪କୁ ବୃଦ୍ଧି ପାଇଛି। ସେହିପରି ଦୈନିକ ସଂକ୍ରମଣ ୫ ପ୍ରତିଶତକୁ ବୃଦ୍ଧି ପାଇ ୫.୬୩ ପ୍ରତିଶତ ହୋଇଛି। ସାପ୍ତାହିକ ସକ୍ରିୟ ସଂଖ୍ୟା ୩.୪୭ ପ୍ରତିଶତ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଦିନକରେ ୯ ଜଣଙ୍କର ଜୀବନ ଯାଇଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୯୫୪ ହୋଇଛି। ସେହିପରି ମୋଟ ସୁସ୍ଥ ସଂଖ୍ୟା ବଢ଼ି ୪,୪୧,୮୯,୧୧୧ ହୋଇଛି ବୋଲି ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନାରୁ ଜଣାପଡ଼ିଛି।

ସେହିପରି ଟିକାକରଣ କଥା ଦେଖିଲେ, ଦିନକରେ ୧୯୬୩ କୋଭିଡ୍ ଟିକା ଦିଆଯାଇଛି। ୨୦୨୧ ଜାନୁଆରୀ ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ତେଣୁ ମୋଟ ଟିକାକରଣ ସଂଖ୍ୟା ମିଶାଇଲେ ଦେଶରେ ବର୍ତ୍ତମାନ ସୁଧା ୨୨୦,୬୬ କୋଟି ଭ୍ୟାକ୍ସିନ ଡୋଜ୍ ଦିଆଯାଇ ସାରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Comments are closed.