Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ ୨୪ ହଜାର କରୋନା ପଜିଟିଭ୍, କେବଳ ୫ଟି ରାଜ୍ୟରେ ୮୧% ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଲଗାତାର ତୃତୀୟ ଦିନରେ ପଜିଟିଭ୍ କେସ୍ ବଢ଼ିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୮୮୨ ନୂଆ ଆକ୍ରାନ୍ତ । ମହାରାଷ୍ଟ୍ରରେ ମହାମାରୀ ବ୍ୟାପୁଛି । ଆଜି ଗୋଟିଏ ଦିନରେ ବାହାରିଛନ୍ତି ସର୍ବାଧିକ ୧୫ହଜାର ୮୧୭ ସଂକ୍ରମିତ । କେରଳ, ପଞ୍ଜାବ, ଗୁଜରାଟ ଓ ମଧ୍ୟପ୍ରଦେଶରେ ବି ସଂଖ୍ୟା ବଢୁଛି । କେବଳ ଏହି ପାଞ୍ଚଟି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୧%ରୁ ଅଧିକ ରହିଛି ।

ଦେଶରେ ପୁଣି ଥରେ ୨ଲକ୍ଷ ପାର କରିଛି କରୋନା ଆକ୍ଟିଭ୍ କେସ୍ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୩ ଲକ୍ଷ ଟପିଛି । ସୁସ୍ଥ ହୋଇଛନ୍ତି ୧କୋଟି ୯ ଲକ୍ଶରୁ ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୧୯ହଜାର ୯୫୭ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ୨ଲକ୍ଷ ୨ ହଜାର ୨୨ଟି ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ଘଣ୍ଟାରେ ମହାମାରୀରେ ଆଉ ୧୪୦ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୮ହଜାର ୪୪୬କୁ ବୃଦ୍ଧି ପାଇଛି ।

ମହାରାଷ୍ଚ୍ରରେ ସାଂଘାତିକ ରୂପ ନେଉଛି ସଂକ୍ରମଣ । ୮ଟି ଜିଲ୍ଲାରେ ମହାମାରୀ କାୟା ବିସ୍ତାର କରିଛି । ଏହାକୁ ଦୃଷ୍ଟିରେ ରଖି ପୁନେରେ ମାର୍ଚ୍ଚ ୩୧ଯାଏ ନାଇଟ୍ କର୍ଫ୍ୟୁ ଜାରି ହୋଇଛି । ଔରଙ୍ଗାବାଦକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଥାନେରେ ୧୬ଟି ହଟସ୍ପଟରେ ଲକଡାଉନ୍ କରାଯାଇଛି ।

Leave A Reply

Your email address will not be published.